ଓଲଟିଲା ଯାତ୍ରୀବାହୀ ବସ୍‌, ୧୦ ଯାତ୍ରୀ ଆହତ

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍‌। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ଖବର ମୁତାବକ, ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାତଶଙ୍ଖଠାରେ ବସ୍‌ଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା । ଯାହା ଜଣାପଡିଛି ବର୍ଷା ଯୋଗୁ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା ବସ୍‌ଟି । ବସ୍‌ରେ ୧୦୦ ଜଣ ଯାତ୍ରୀ ରହିଥିଲେ । ଅନ୍ଯପଟେ ଆହତଙ୍କୁ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି।

Spread the love