ହ୍ରଦ ଭିତରକୁ ଖସିଲା ଯାତ୍ରୀବାହୀ ବିମାନ, ୨୩ ଉଦ୍ଧାର

ନୂଆଦିଲ୍ଲୀ, ୦୬/୧୧: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ। ରବିବାର ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ପ୍ଳେନ୍ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି। ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆଫ୍ରିକାରେ ସବୁଠୁ ବଡ଼ ହ୍ରଦ ଲେକ୍ ଭିକ୍ଟୋରିଆରେ ବିମାନ ବୁଡ଼ିଯିବାର ଦୃଶ୍ୟ ଦେଖାଯାଉଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରିରହିଛି।

Spread the love