ମଇଦା ନୁହେଁ, ଖାଆନ୍ତୁ ଗହମ ପାସ୍ତା; ମିଳିବ ଅଜବ ପ୍ରକାରର ସ୍ୱାସ୍ଥ୍ୟ ଲାଭ

ପାସ୍ତା ଏମିତି ଏକ ଖାଦ୍ୟ, ଯାହା ପିଲାଙ୍କଠାରୁ ଆରମ୍ଭ କରି ବଡ଼ଙ୍କ ଯାଏ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। ବଜାରରେ ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ପାସ୍ତାକୁ ହେଲ୍‌ଦି ହିସାବରେ ଗଣାଯାଏ ନାହିଁ, କାରଣ ଏହା ମଇଦାରୁ ତିଆରି ହୋଇଥାଏ। ଆଉ ମଇଦା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ। କିନ୍ତୁ ଏବେ ପାସ୍ତା ଖାଇବା ପୂର୍ବରୁ ୧୦ ଥର ଭାବିବାର କୌଣସି ଆବଶ୍ୟକ ନାହିଁ। କାହିଁକିନା, ବଜାରରେ ପାସ୍ତାର ଅନେକ ଭେରାଇଟି ଆସିବାରେ ଲାଗିଲାଣି। ଆପଣ ମଇଦା ପାସ୍ତା ବଦଳରେ ଗହମରେ ପ୍ରସ୍ତୁତ ପାସ୍ତା ଖାଇପାରିବେ।
ଗହମ ପାସ୍ତାରେ ଫାଇବର, ଆୟରନ, ଭିଟାମିନ୍‌ ବି ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଏହା ଅନେକ ପୋଷକ ତତ୍ତ୍ୱରେ ଭରପୂର ଥାଏ। ଏହାକୁ ସକାଳ ଜଳଖିଆ ଅର୍ଥାତ୍‌ ବ୍ରେକ୍‌ଫାଷ୍ଟରେ ଖାଇବା ଦ୍ୱାରା ଶରୀରକୁ ଏକ ସାଥୀରେ ଏକାଧିକ ପୋଷକ ତତ୍ତ୍ୱ ମିଳି ଯାଇଥାଏ। କହି ରଖୁଛୁ,୧୦୦ ଗ୍ରାମ ହୋଲ୍‌ ହ୍ଵୀଟ୍‌ ପାସ୍ତାରେ ୩୭ ଗ୍ରାମ କାର୍ବୋହାଇଡ୍ରେଟ୍‌, ୬ ଗ୍ରାମ ଫାଇବର, ୭.୫ ଗ୍ରାମ ପ୍ରୋଟିନ୍‌, ୧୭୪ ଗ୍ରାମ କ୍ୟାଲୋରୀ ଏବଂ ୦.୮ ଗ୍ରାମ ଫ୍ୟାଟ୍‌ ରହିଛି।

ଏକ ରିସର୍ଚ୍ଚ ମୁତାବକ, ହୋଲ୍‌ ହ୍ଵୀଟ୍‌ ପାସ୍ତା ଖାଇବା ଦ୍ୱାରା ମୋଟାପଣ କି କୋଲେଷ୍ଟେରୋଲ ବଢ଼ି ନ ଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥି ସହିତ ଟାଇପ୍‌ ୨ ଡାଇବେଟିସ୍‌ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ଛୁଟକାରା ଦେଇଥାଏ।

Spread the love