ପାଟକୁରା ପାଇଁ ବିଜେପି ରଣନୀତି ପ୍ରସ୍ତୁତ

ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଓ ‘ଫୋନି’ ବାତ୍ୟା ଯୋଗୁ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଦୁଇତିନିଦିନ ମଧ୍ୟରେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ଥିବାରୁ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଓ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ବିଜେଡି ଇତିମଧ୍ୟରେ ନିଜର ବିଧାୟକମାନଙ୍କୁ ପାଟକୁରାର ମୋଟ ୫୧ଟି ପଞ୍ଚାୟତର ଦାୟିତ୍ୱ ବଣ୍ଟନ କରିଥିବା ବେଳେ ବିଜେପିର ଚୂଡ଼ାନ୍ତ ରଣନୀତି ପାଇଁ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ଜଣାପଡ଼ିଛି।

Spread the love