ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ

ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ଓକିଲ ଅରୂପ ଚାନ୍ଦ ସୂଚନା ପ୍ରଦାନ କରିଛନ୍ତି। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦେଇଥିବାରୁ ଜାମିନ ମିଲିଛି। ଭିଜିଲାନ୍ସ କୋଟରୁ ଜାମିନ ମିଳିଥିଲେ ବି କ୍ରାଇମବ୍ରାଞ୍ଚରେ ମାମଲା ରହିଛି। ସେଥିପାଇଁ ଜେଲରୁ ବାପ-ପୁଅ ଏବେ ମୁକୁଳି ପାରିବେନି।
ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ଗିରଫ ହୋଇଥିଲେ। ପାଠକଙ୍କ ରେଡରେ ୧୫୦ ଭିଜିଲାନ୍ସ ଅଫିସର ସାମିଲ ଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ରେଡ୍ କରିଥିଲେ। ରେଡ୍ ମାରି ଗିରଫ କରିଥିଲେ ବି ଭିଜିଲାନ୍ସ ଚାର୍ଜସିଟ ଦେଇପାରିନଥିଲା।

Spread the love