ପଠାନକୋଟରେ ଗ୍ରେନେଡ ମାଡ଼, ଫିଙ୍ଗିଲେ ୨ ବ୍ୟକ୍ତି

ପଞ୍ଜାବର ପଠାନକୋଟରେ ଗ୍ରେନେଡ ହମଲା । ପଠାନକୋଟର ଆର୍ମି କ୍ୟାମ୍ପର ମୁଖ୍ୟ ଗେଟ୍ ଉପରେ ଗ୍ରେନେଡ ମାଡ କରାଯାଇଛି। ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକରେ ଆସି ଗ୍ରେନେଡ ମାଡ କରିଥିବା ଜଣାପଡିଛି । ସିସିଟିଭି ଆଧାରରେ ଛାନଭିନ୍ ଆରମ୍ଭ କରିଛି ପୋଲିସ। ହମଲାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ପଠାନକୋଟ ହେଉଛି ଏକ ସମ୍ବେଦନଶୀଳ ସ୍ଥାନ। ଯେଉଁଠି ବାୟୁସେନା ଷ୍ଟେସନ, ସେନାର ଗୋଳା ବାରୁଦ ଡିପୋ ରହିଛି । ୨୦୧୬ରେ ବାୟୁସେନା ଷ୍ଟେସନ ଉପରେ ଆତଙ୍କବାଦୀ ମହଲା ହୋଇଥିଲା। ଏଥିରେ ୫ ଜଣ ଆତଙ୍କୀ ନିହତ ହୋଇଥିବାବେଳେ ୮ ଜଣ ଯବାନ ସହିଦ ହୋଇଥିଲେ ।

Spread the love