ରାଷ୍ଟ୍ରପତି, କୋଟିପତି, ଲକ୍ଷପତି ଏହି ସବୁ ବାକ୍ୟ ଆଗରେ କାହିଁକି ଲାଗେ ‘ପତି’ ଶବ୍ଦ

ନୂଆଦିଲ୍ଲୀ ୨୯।୭: କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏହାକୁ ନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ହଙ୍ଗାମା ଲାଗି ରହିଛି। ସୋସିଆଲ ମିଡିଆରେ ମଧ୍ୟ ଥମିନି ଚର୍ଚ୍ଚା। ରାଷ୍ଟ୍ରପତି ଭଳି ସାମ୍ବିଧାନିକ ଶବ୍ଦ ଲାଗି ଏପରି ଅପଶବ୍ଦ କହିବା ଆପତ୍ତିଜନକ ବୋଲି ବିଜେପି କହିଛି। ଏଥିଲାଗି କଂଗ୍ରେସ ନେତାଙ୍କୁ କ୍ଷମାଯାଚନା କରିବାକୁ ମଧ୍ୟ କୁହାଯାଉଛି।

ତେବେ କେବେ ଭାବିଛନ୍ତି କି ରାଷ୍ଟ୍ରପତି ଶବ୍ଦରେ ‘ପତି’ଶବ୍ଦର ବ୍ୟବହାର କାହିଁକି ହୁଏ। କେବଳ ରାଷ୍ଟ୍ରପତି ନୁହେଁ ଏପରି ଅନେକ ଶବ୍ଦରେ ପତି ଶବ୍ଦ ଲାଗେ। ତେବେ ଆସନ୍ତୁ ଜାଣିବା ପତି ଶବ୍ଦର ଅର୍ଥ କ’ଣ ? ଉଲ୍ଲେଖଯୋଗ୍ୟ ଯେ ଏଠାରେ ଫତି ଶବ୍ଦର ଅର୍ଥ ଇଂରାଜୀ ହଜବେଣ୍ଡ ନୁହେଁ, ବରଂ ଏହାର ଅର୍ଥ ସ୍ୱାମୀ ଅର୍ଥାତ ମାଲିକ। ଭାରତୀୟ ଭାଷାରେ ପତି ଶବ୍ଦକୁ ପ୍ରତ୍ୟୟ ରୂପେ ଉପଯୋଗ କରାଯାଏ। ଏପରି ଖୋଜିବାକୁ ଗଲେ ଭୂ-ପତି, ପ୍ରଜା ପତି, ବାଚସ୍ ପତି ଭଳି ଶବ୍ଦ ମିଳନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପତି ଶବ୍ଦକୁ ହିନ୍ଦୀ, ଇରାନୀ, ସଂସ୍କୃତ ଓ ଫାରସୀ ଆଦି ଭାଷାରେ ସ୍ୱାମୀ ବା ମାଲିକ ଶବ୍ଦରେ ବ୍ୟବହାର କରାଯାଏ। ଯେଉଁପରି କୋଟିପତି ଓ ଲକ୍ଷପତି ଶବ୍ଦରେ ଲକ୍ଷ ଓ କୋଟିର ମାଲିକ ଭାବେ ଜଣାଯାଆନ୍ତି। ପତି ଶବ୍ଦର ଉତ୍ପତି ‘ପା’ ଧାତୁରୁ ଉତ୍ପତି ହୋଇଛି। ଯାହାର ଅର୍ଥ ହେଉଛି ରକ୍ଷା କର୍ତ୍ତା। ଏ କ୍ଷେତ୍ରରେ କୌଣସି ମହିଳାଙ୍କ ପତିଙ୍କୁ  ମହିଳାଙ୍କ ସଂରକ୍ଷକ ବିଚାର କରାଯାଏ। ରିପୋର୍ଟ ଅନୁସାରେ ପତି ଶବ୍ଦ ବେଶ ପ୍ରାଚୀନ ଓ ଆଦିମ ହୀନ୍ଦ-ୟୁରୋପୀୟ ଭାଷାରୁ ଉତ୍ପନ୍ନ ହୋଇଥିଲା।

Spread the love