ଆଇଏଏସ୍ ଭୂମିକାରେ ଭୂମି

ମୁମ୍ବାଇ: ବଲିଉଡର ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ରରେ ଜଣେ ହେଉଛନ୍ତି ଭୂମି ପେଡନେକର । ଯେ କି ଗୋଟିଏ ପରେ ଗୋଟିଏ ଫିଲ୍ମର ସୁଟିଂରେ ବ୍ୟସ୍ତ ରହୁଛନ୍ତି । ଏବେ କିଛିଦିନ ପୂର୍ବେ ତାଙ୍କ ଅଭିନୀତ ଫିଲ୍ମ “ପତି ପତ୍ନୀ ଔର ୱ”ର ସଫଳତା ପରେ ଏବେ ସେ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । “ଦୁର୍ଗାବତୀ” ନାମକ ଏହି ଫିଲ୍ମର ସୁଟିଂ ଏବେ ମଧ୍ୟ ପ୍ରଦେଶରେ ଚାଲିଛି । ଯେଉଁଥିରେ ଲିଡ ରୋଲରେ ଅଛନ୍ତି ଭୂମି । ତେବେ “ଦୁର୍ଗାବତୀ” ଫିଲ୍ମକୁ ନେଇ ଏକ ଖବର ମିଳଛି । ଖବର ଅନୁସାରେ, ଫିଲ୍ମରେ ଭୂମି ଜଣେ ଆଇଏଏସ୍ ଅଫିସର ଭୂମିକାରେ ନଜର ଆସିବେ । ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ବ୍ୟାନର ତଳେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଦ୍ୱିତୀୟ ଥର ପାଇଁ ଅକ୍ଷୟଙ୍କ ସହ କାମ କରିବେ ଭୂମି । ଏହି ଫିଲ୍ମଟି ତେଲୁଗୁ ହରର ଫିଲ୍ମ “ଭାଗମଥୀ”ର ରିମେକ । ଏଥିରେ ଅନୁଷ୍କା ସେଟ୍ଟୀ ଲିଡ ରୋଲରେ ଅଭିନୟ କରିଥିଲେ । ତେବେ ହିନ୍ଦୀ ରିମେକରେ ଅନୁଷ୍କାଙ୍କ ଭୂମିକାରେ ଭୂମି ଦେଖାଦେବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ କର ।

Spread the love