ଭୁବନେଶ୍ୱର AIIMSର ପଞ୍ଚମ ମହଲା ଝରକାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ରାଜଧାନୀରେ ଅଭାବନୀୟ ଘଟଣା । ଭୁବନେଶ୍ୱର AIIMSର ପଞ୍ଚମ ମହଲା ଝରକାରୁ ଡେଇଁ ରୋଗୀଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲାର ୪୦ ବର୍ଷୀୟ ମହେନ୍ଦ୍ର ସ୍ୱାଇଁ । ପ୍ଲାଷ୍ଟିକ୍‌ ସର୍ଜରୀ ଓ୍ଵାର୍ଡରେ ସେ ଚିକିତ୍ସାଧୀନ ଥିଲେ । ଆଜି ଛାତରେ ହ୍ଵିଲ ଚେୟାରରେ ବୁଲୁଥିଲେ । ତେବେ ହଠାତ ଝରକାରୁ ଡେଇଁ ପଡ଼ିଥିଲେ । କେଉଁ କାରଣରୁ ଡେଇଁଲେ ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଭୁବନେଶ୍ୱର ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ମୃତ ମହେନ୍ଦ୍ର ସ୍ୱାଇଁଙ୍କ ଭାଇ କହିଛନ୍ତି, ମହେନ୍ଦ୍ର ପୁରୀ ଚନ୍ଦନପୁର ବାସିନ୍ଦା, ପରିବା ବେପାର କରନ୍ତି।  ତାଙ୍କ ସ୍ତ୍ରୀ ମନ୍ଦିର ସମ୍ନାରେ ଦୀପ ବିକି ଗୁଜୁରାଣ ମେଣ୍ଟାନ୍ତି। ଦୀର୍ଘ ୨୦ ଦିନ ହେଲା ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କ ଗୋଡ଼ରେ ଘା ହୋଇଥିଲା ପରେ ପେଟରେ ଟ୍ୟୁମର ହୋଇଥିଲା। ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା ତାଙ୍କର। ଆଜି ସକାଳ ୧୧ ଟାରେ ମୋତେ କଲ ଆସିଲା କି ଭାଇ ଝରକାରୁ ଡେଇଁ ମୃତ୍ୟୁ ବରଣ କରିଛନ୍ତି। ତେଣୁ ମୁଁ ଚାଲିଆସିଲି।

Spread the love