କେମିତି ଜାଣିବେ ଆପଣଙ୍କ ପାର୍ଟନର କେତେ ଭଲ ପାଆନ୍ତି, ଆପଣାନ୍ତୁ ଏହି ଟ୍ରିକ୍ସ

ସବୁ ପୁଅ ଝିଅ ମାନେ ଚାହାଁନ୍ତି ସେମାନଙ୍କୁ ସଚ୍ଚା ପ୍ରେମ ମିଳୁ। ଆଉ ଭଉୟ ଚାହାଁନ୍ତି ସେମାନଙ୍କ ପାର୍ଟନର ତାଙ୍କୁ ନିଜ ଠାରୁ ବି ଅଧିକ ଭଲ ପାଆନ୍ତୁ। ଆଉ କେହି କେହି ତ ଭାବନ୍ତି ଯେ ସେ ଯେତିକି ଭଲ ପାଇବା ପାଉଛନ୍ତି ତାଙ୍କ ପାର୍ଟନର ବି ତାଙ୍କୁ ସେତିକି ଭଲ ପାଆନ୍ତୁ। ଏମିତି ସେତେବେଳେ ହେବ ଯେତେବେଳେ ଉଭୟ ଉଭୟଙ୍କର ଭାବନାକୁ ସେୟାର କରିବେ। କିନ୍ତୁ ଅନେକ ଥର ଏମିତି ହୋଇନଥାଏ ଯେ ବରାବର ଭଲ ପାଆନ୍ତି। ବେଳେବେଳେ ତ ଏମିତି ହୋଇଥାଏ ଯେ ଜଣେ ପାର୍ଟନର ଅଧିକ ଦାୟିତ୍ୱବାନ ହୋଇଥିବେ କିନ୍ତୁ ଅନ୍ୟ ଜଣେ ସେତିକି ତାର କେୟାର କରିନଥାନ୍ତି। ଯେଉଁ କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ସମ୍ପର୍କକୁ ଭଲରେ ରଖିବାକୁ ହେଲେ ରିଲେସନସିପକୁ କେମିତି ଗୁରୁତ୍ୱ ଦେବା ଉଚିତ ଏବଂ କିଏ ଅଧିକ ଭଲପାଉଛି ଏପରି ଜାଣନ୍ତୁ।

କଣ ଆପଣ ସବୁବେଳେ ତାଙ୍କ ସହ ପ୍ରଥମେ କଥା ହେଉଛନ୍ତି। ଅଫିସ ଗଲେ କି ନାହିଁ ଖାଦ୍ୟ ଖାଇଲେ କି ନାହିଁ ଏସବୁ ପଦକ୍ଷେପ ଆପଣ ପ୍ରଥମେ ନେଉଛନ୍ତି ଯଦି ତାହେଳେ ଜାଣନ୍ତୁ ଆପଣ ଅଧିକ ଭଲ ପାଉଛନ୍ତି ଆଉ ଯଦି ସେ ଏସବୁ କରୁଛନ୍ତି ତାହେଲେ ଜାଣନ୍ତୁ ସେ ଅଧିକ ଭଲ ପାଉଛନ୍ତି।

ଆପଣ ତାଙ୍କର ପସନ୍ଦ ନାପସନ୍ଦକୁ ଧ୍ୟାନରେ ରଖୁଛନ୍ତି। ଯେମିତିକି ତାଙ୍କ ଖାଇବା ଶୋଇବା ଇତ୍ୟାଦି। କିନ୍ତୁ ସେ ଆପଣଙ୍କ ବିଷୟରେ ଅଧିକ କିଛି ଜାଣିନାହାଁନ୍ତି। କିମ୍ବା ଜାଣିବାକୁ ଚେଷ୍ଟା କରୁନାହାଁନ୍ତି ଯଦି ତାହେଲେ ,ଥିରେ ବି ଜାଣନ୍ତୁ କିଏ ଅଧିକ ଭଲ ପାଉଛନ୍ତି।

ତାଙ୍କ ପାଖରେ ଆପଣ ଫ୍ୟୁଚର ପ୍ଲାନିଙ୍ଗ କହୁଛନ୍ତି କିନ୍ତୁ ସେ ଯଦି କିଛି ଆପଣଙ୍କୁ ଜଣାଉ ନାହାଁନ୍ତି ତାହେଲେ ଜାଣନ୍ତୁ ସେ ସମ୍ପର୍କକୁ ନେଇ ଏତେ ସିରିୟସ୍‌ ନୁହଁନ୍ତି।

ଯଦି ସେ କିଛି ସମସ୍ୟାରେ ଥିବାବେଳେ ଆପଣ ତାଙ୍କ ସାଥ୍‌ ଯଥାସମ୍ବବ ଦେଉଛନ୍ତି। କିନ୍ତୁ ସେ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କୁ ବୁଝିପାରୁନାହାଁନ୍ତି ତାହେଲେ ଜାଣନ୍ତୁ ଏ ସମ୍ପର୍କକୁ ନେଇ ସେ ସେତେଟା ଗୁରୁତ୍ୱ ଦେଉନାହାଁନ୍ତି ଯେତିକି ଆପଣ ଦେଉଛନ୍ତି।

Spread the love