ଟ୍ୟାକ୍ସ ବିଭାଗର ଚିଫ କମିଶନର ଭାବେ ଯୋଗ ଦେଲେ ପଲ ରାଜେନ୍ଦ୍ର ଲାକ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଜୋନ କଷ୍ଟମ୍ସ ଓ ଇନଡାଇରେକ୍ଟ ଟ୍ୟାକ୍ସ ବିଭାଗର ଚିଫ କମିଶନର ଭାବେ ଯୋଗ ଦେଲେ ପଲ ରାଜେନ୍ଦ୍ର ଲାକ୍ରା । ୧୯୯୨ ବ୍ୟାଚର ଆଇଆରଏସ ଅଧିକାରୀ ପଲ ରାଜେନ୍ଦ୍ର ଲାକ୍ରା ପୂର୍ବରୁ ଗୁରୁଗ୍ରାମ ଓ କୋଚିରେ କଷ୍ଟମ୍ସ କମିଶନର ଏବଂ ପ୍ରିନ୍ସିପାଲ କମିଶନର ଭାବେ କାମ କରୁଥିଲେ। ଜୁଲାଇ ମାସରେ ଚିଫ କମିଶନର ଭାବେ ଲାକ୍ରାଙ୍କୁ ପଦୋନ୍ନତି ମିଳିଥିଲା। ଇନଡାଇରେକ୍ଟ ଟ୍ୟାକ୍ସ ଲ, କଷ୍ଟମ୍ସ ରେଗୁଲେସନ, ମୁଦ୍ରା ନୀତି ଆଦି ବିଷୟରେ ଅଭିଜ୍ଞତା ଥିବା ଲାକ୍ରା ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଭୁବନେଶ୍ୱର ଅପିଲ୍ସ କମିଶନରେଟରେ କମିଶନର ଅଫ ଅପିଲ୍ସ ଭାବେ କାମ କରୁଥିଲେ।

Spread the love