ଅହମଦାବାଦ ଦର୍ଶକଙ୍କ ଆଚରଣ ଠିକ ନଥିଲା : ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଆସିଥିବା ପାକିସ୍ତାନ ଦଳ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇସିସି ନିକଟରେ ଅଭିଯୋଗ କରିଚାଲିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦର୍ଶକଙ୍କ ଆଚରଣ  ଏବଂ ସାମ୍ବାଦିକଙ୍କ ପାଇଁ ଭିସା ନୀତିକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦରେ ଅଭିଯୋଗ କରିଛି।

ପାକିସ୍ତାନ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆ ଏକ୍ସ ଜରିଆରେ ଏ ନେଇ ଏକ ଟୁଇଟ କରିଛି । ଏଥିରେ କୁହାଯାଇଛି ଯେ, ଭାରତରେ ଚାଲିଥିବା ଆଇସିସି ବିଶ୍ୱକପ୍ ୨୦୨୩ ପାଇଁ ପାକିସ୍ତାନୀ ସାମ୍ବାଦିକ ଓ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକଙ୍କ ଭିସା ନୀତିକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଆଉ ଏକ ପ୍ରତିବାଦ ଜଣାଇଛି। ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳିଙ୍କ ପ୍ରତି ହୋଇଥିବା ଅସଦାଚରଣକୁ ନେଇ ମଧ୍ୟ ପିସିବି ଅଭିଯୋଗ କରିଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ପାକିସ୍ତାନକୁ ୧୯୧ ରନ୍ ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ ପୂର୍ବରୁ ଟସ୍ ବେଳେ ବାବର ଆଜମଙ୍କୁ ପ୍ରଶଂସକମାନେ ଚିଡ଼ାଇଥିବାବେଳେ ବେଳେ ମହମ୍ମଦ ରିଜୱାନଙ୍କୁ ନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

Spread the love