PCC ସଭାପତିଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

କଂଗ୍ରେସ ଭବନରେ ଉତ୍ତେଜନା । ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଓବିସି ସେଲ୍‌ ବୈଠକ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଓବିସି ସେଲ୍‌ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ନେଇ ଗଣ୍ଡଗୋଳ । ତିର୍ତ୍ତୋଲ ଉପନିର୍ବାଚନରେ ବିଷ୍ଣୁ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ତେବେ PCC ସଭାପତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।ବିଶୃଙ୍ଖଳା କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶୃଙ୍ଖଳା ଊର୍ଦ୍ଧ୍ୱରେ କେହି ନୁହଁନ୍ତି। ବୈଠକରେ ଏନେଇ ଆଲୋଚନା କରାଯିବ।

Spread the love