ଜୁନ୍ ୩୦ରୁ ମାଗଣା ରାସନ ସେବା ବନ୍ଦ ! କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଆଉ ଦୁଇ ଦିନ ପରେ ରାସନ କାର୍ଡରେ ମାଗଣା ଚାଉଳ ଏବଂ ଗହମ ପାଇବେନି ଗ୍ରାହକ । କାରଣ ଜୁନ୍ ୩୦ ତାରିଖରେ ଏକ ବଡ ନିୟମରେ ପରିବର୍ତ୍ତନ ହେଉଛି । ଯାହା ଫଳରେ ଅନେକ ରାସନ କାର୍ଡଧାରୀ ନିଜ ଅଧିକାରରୁ ବଞ୍ଚିତ ହୋଇପାରନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଚାଉଳ-ଗହମ ଇତ୍ୟାଦି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇପାରନ୍ତି ଉପଭୋକ୍ତା ।

ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି । ଏଥିରେ କୁହାଯାଇଛି ଯେ, ରାସନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ କରିବା ପାଇଁ ଶେଷ ତାରିଖ ଖୁବ ନିକଟତର ହେଉଛି । ଏହାକୁ ନେଇ ପୂର୍ବରୁ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ରାସନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇପାରିବ ଯେ, ମାଗଣାରେ ରାସନ ସୁବିଧା ପାଉଥିବା ଉପଭୋକ୍ତା ପ୍ରକୃତରେ ପାଇବା ପାଇଁ ଯୋଗ୍ୟ କି ଅଯୋଗ୍ୟ । ଏହାପରେ ସେମାନେ ନିଜ ଅଧିକାରର ସମସ୍ତ ରାସନ ପାଇ ପାରୁଛନ୍ତି କି ନାହିଁ, ତାହା ମଧ୍ୟ ଜାଣିପାରିବେ ସରକାର । ତେବେ ଆଧାର କାର୍ଡ ଏବଂ ରାସନ କାର୍ଡ ଲିଙ୍କ କରି ନଥିବା ଉପଭୋକ୍ତାମାନେ ଭାଗଣା ରାସନ ପାଇବାରୁ ବଞ୍ଚିତ ରହିବେ ।

Spread the love