ଡକ୍ଟର ପ୍ରଶାନ୍ତ କୁମାର କର ଶ୍ରେଷ୍ଠ ବୈଜ୍ଞାନିକ ସମ୍ନାନ ଲାଭ

ପାଟଣା ୨୦।୦୬:  କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ  ରେଶମ ବୋର୍ଡ ତରଫରୁ ଡକ୍ଟର ପ୍ରଶାନ୍ତ କୁମାର କର ଶ୍ରେଷ୍ଠ ବୈଜ୍ଞାନିକ ପୁରସ୍କାର ଲାଭ କରିଛନ୍ତିl ଟସର ରେଶମ ବିଷୟରେ ଉଚ୍ଚମାନର ଗବେଷଣା ତଥା ବୈଜ୍ଞାନିକ ପଦ୍ଧତିରେ ଚାଷର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଏ ପୁରସ୍କାର ପ୍ରଦାନ କରା ଯାଇଥିବା ଜଣା ପଡ଼ିଛିl

ଶ୍ରୀ କରଙ୍କ  ଉଦ୍ୟମ ଯୋଗୁଁ  ଓଡିଶାର ଶହ ଶହ  ଟସର ଚାଷୀ ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେବା ସହ ଆର୍ଥିକ କ୍ଷେତ୍ର ରେ ସୁଧାର ଆଣି ପାରିଛନ୍ତି। ଛୋଟ ବେଳୁ ମେଧାବୀ ଥିବା ଡକ୍ଟର  କର  ୧୯୯୨ ମସିହାରେ  କେନ୍ଦ୍ରୀୟ ରେଶମ ବୋର୍ଡ଼ ରେ ନିଯୁକ୍ତି ପାଇବା ପରେ ବାଙ୍ଗାଲୋର, ରାଞ୍ଚି ହସୁର ଆଦି ସ୍ଥାନରେ ଥିବା ଗବେଷଣା ସଂସ୍ଥାରେ ସେ ଗବେଷଣା କରିଛନ୍ତି । ୨୦୨୦ ମସିହା ପାଇଁ ଗତ ୧୨ ତାରିଖରେ ମୋଟ ୯ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା ହୋଇଛି ୯ ଜଣ ବୈଜ୍ଞାନିକ ଙ୍କ ମଧ୍ୟରେ ଓଡ଼ିଆ ପୁଅ ଭାବରେ ଅଛନ୍ତି ଡ଼କ୍ଟର ପ୍ରଶାନ୍ତ କର ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଫୁଲକଅଁଲେଇ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୌର ଚନ୍ଦ୍ର କର ଓ ବିଦ୍ୟୁତଲତା କରଙ୍କ ସେ ଦ୍ୱିତୀୟ ପୁତ୍ର l ଏବେ ସେ ଛତିଶଗଡ଼ ରେ ବରିଷ୍ଠ ବୈଜ୍ଞାନିକ ରୂପେ ଅବସ୍ଥାପିତ ଅଛନ୍ତି l ତାଙ୍କର ଏହି କୃତିତ୍ୱ ପାଇଁ କେନ୍ଦୁଝର  ଜିଲ୍ଲାରେ ଖୁସି ର ଲହରୀ ଖେଳିବା ସହ ସହପାଠୀ, ଗ୍ରାମବାସୀ ତାଙ୍କୁ ଶୁଭେଛା ଜଣାଇଛନ୍ତି

Spread the love