ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି   ଆଶଙ୍କା କରାଯାଉଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ ଉଦ୍ଭିଦ ଲୋପ ମଧ୍ୟ ହୋଇସାରିଛନ୍ତି। 2016ରେ ଅଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଯୋଗୁ ହିମ ପାହାଡ଼ ତରଳିବାରେ ଲାଗିଥିଲା।

2017 ଏବଂ 2018ରେ ଏଠାରେ ଏହି ଧାରା ଜାରି ରହିଛି। ଫଳରେ ଏଠାରେ ବାସ କରୁଥିବା ପେଙ୍ଗୁଇନ୍‌ ବଂଶ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହେବାରେ ଲାଗିଛନ୍ତି। କେତେକ ପେଙ୍ଗୁଇନ୍‌ ପରିବର୍ତ୍ତିତ ପରିବେଶରେ ଖାପଖୁଆଇ ନ ଚଳିପାରି ମରି ଯାଇଥିବା ବିଶେଷଜ୍ଞ ସୂଚନା ଦେଇଛନ୍ତି। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଛି ଯେ, ପେଙ୍ଗୁଇନ୍‌ ଏବେ ଅନ୍ୟ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅଛନ୍ତି। ଯଦି ସେମାନଙ୍କୁ ଉପଯୋଗୀ ଆଶ୍ରୟ ସ୍ଥଳ ନ ମିଳେ ତେବେ ଏହି ପ୍ରଜାତି ପାଇଁ ବିପଦ ସୃଷ୍ଟି ହେବ ବୋଲି ବ୍ରିଟିଶ୍‌ ଅଣ୍ଟାର୍କଟିକା ସର୍ଭେ(ବିଏଏସ୍‌) ପକ୍ଷରୁ କୁହାଯାଇଛି।

Spread the love