ସ୍ମିତାରାଣୀଙ୍କ ପ୍ରସଙ୍ଗ ଉଠାଇ ପୁଣି ବର୍ଷିଲା ବିଜେପି

 ଯାଜପୁର ହରିଦାସପୁର  ପିଇଓ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ  ପୁଣି ଟାର୍ଗେଟ କଲା ବିଜେପି । ଏହି ମାମଲାରେ ତୃତୀୟ ମହଲାର ଦୁଷ୍ଟ ବୁଦ୍ଧି ମାମଲାକୁ ପରିଚାଳନା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଅଢ଼େଇ ମାସ ଗଲା, ଘଟଣାରୁ ପରଦା ଉଠିଲାନି। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ପୁଲିସ ବିନା ରିମାଣ୍ଡରେ କେମିତି 2 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ତଦନ୍ତକୁ ବାଟବଣା କରାଯାଉଛି।

ଏହି କାରଣରୁ ପୁଲିସ ଡିଜି ଥିବା ବିକେ ଶର୍ମାଙ୍କୁ ବଦଳି କରାଗଲା ବୋଲି ଲେଖାଶ୍ରୀ ଅଭିଯୋଗ କରିବା ସହ ବବି ଦାସଙ୍କ ଯୋଗୁଁ ଜେଲରେ ରୂପେଶ ଭଦ୍ର ଜ୍ୱାଇଁ ପୁଅ ଭଳି ସେବା ପାଉଛି ବୋଲି କହିଛନ୍ତି। ସିବିଆଇ ତଦନ୍ତ ନ ହେବା ଯାଏଁ ଏମିତି ଅଭିଯୋଗ କରୁଥିବୁ ବୋଲି ମଧ୍ୟ ସେ ଦୋହରାଇଛନ୍ତି।

Spread the love