ଜହର ପାଲଟିଲା ଜଳ, ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ୪୬ରୁ ଉର୍ଦ୍ଧ୍ଵ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଳକ କୁଟୁ ଗାଁ ପଞ୍ଚାୟତର ହାତୀ ଦରି ଓ ନାଉପାଣି ଗାଁରେ ୨୩ ପରିବାରର ୪୬ରୁ ଉର୍ଦ୍ଧ୍ଵ ଲୋକ ଝାଡ଼ା ବାନ୍ତିରେ ଆକ୍ରାନ୍ତ। ସମସ୍ତ ଆକ୍ରାନ୍ତଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ହାତୀଦରୀ ଓ ନାଉପାଣି ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି ରୋଗ। ଗ୍ରାମର ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ଦୁଇ ଜଣ ଏହି ରୋଗରେ ପଡିଥିବାବେଳେ ୪୬ ରୁ ଉର୍ଦ୍ଧ  ଏହି ରୋଗରେ ପଡି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଝୁମ୍ପୁରା ଏବଂ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୨ ଦିନ ତଳେ ହଠାତ୍ ଗ୍ରାମର ଜଣେ ପରେ ଜଣେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସଂଖ୍ୟା ବଢିବାକୁ ଲାଗିଲା । ଫଳରେ ଗାଁରେ ଆତଙ୍କର ମାହୋଲ ଖେଳି ଯାଇଛି।

ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଡିଏମଏଫ ପାଣ୍ଠିରେ ୨୦୧୭ ମସିହାରୁ ବସୁଧା ନାମରେ ୫୦ହଜାର ଲିଟରର ଏକ ଓଭର ହେଡ ପାଣି ଟାଙ୍କି ରହିଥିବା ବେଳେ ଲୋକ ମାନେ ସେହି ପାଣି ବ୍ୟବହାର କରୁଛନ୍ତି । ଟାଙ୍କି ନିର୍ମାଣ ଦିନରୁ ଦୀର୍ଘ ୪ବର୍ଷ ବିତିଯାଇଥିଲେ ବି ଏହା ସଫା ହେଉନଥିବାରୁ ଏହାର ପାଣି ଦୁର୍ଗନ୍ଧ ହୋଇ ପଡିଥିବା ଗ୍ରାମାଲୋକ ଅଭିଯୋଗ କରିଛନ୍ତି । ଏହି ପାଣି ବ୍ୟବହାର କରି ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଏପରିକି ଗ୍ରାମର ଆଶାଦିଦି ଏବଂ ପୁରୁଷ ସ୍ୱାସ୍ଥ କର୍ମୀ ମଧ୍ୟ ଏହି ଓଭର ହେଡ ଟାଙ୍କି ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରି ଉକ୍ତ ପାଣି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି । ଗାଁ ରେ ଡାକ୍ତରୀ ଟିମ ପହଞ୍ଜି ଲୋକ ଙ୍କ ଚିକିତ୍ସା ଆରମ୍ଭ କରିଛି ।

Spread the love