ପାର୍ବଣ ଋତୁରେ ଅନଲାଇନ କିଣା ସମୟରେ ୪୦% ଲୋକେ ଠକାମୀ ଶିକାର, ସର୍ଭେର ଦାବି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଅନଲାଇନରେ ସାମଗ୍ରୀ କିଣୁଥିବା ପ୍ରାୟ ୪୦ ପ୍ରତିଶତ ଲୋକେ ଠକାମୀର ଶିକାର ହୋଇଛନ୍ତି । ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି । ସାଇବର ସିକ୍ୟୁରିଟି ମାମଲା ଉପରେ ନଜର ରଖୁଥିବା ନାର୍ଟନ ପକ୍ଷରୁ ଦ ହାରିସ ପୋଲ ନାମକ ସଂସ୍ଥା ଏହି ଅଧ୍ୟୟନ କରିଛି ।

ଅଧ୍ୟୟନ ଅନୁସାରେ ସର୍ଭେରେ ସାମିଲ ଦୁଇ ତୃତୀୟାଂଶ ଭାରକୀୟ (ପ୍ରାୟ ୭୮ ପ୍ରତିଶତ) ନିଜ ଗୋପନୀୟ ତଥ୍ୟର ଭୁଲ ବ୍ୟବହାରକୁ ନେଇ ଚିନ୍ତିତ । ଅନ୍ୟପଟେ ୭୭ ପ୍ରତିଶତ ଲୋକଙ୍କୁ ତୃତୀୟ ପକ୍ଷ ରିଟେଲରଙ୍କ ଦ୍ୱାରା ଠକାମୀର ଶିକାର ହେବା ନେଇ ଭୟ ରହିଛି । ଅନଲାଇନରୁ କିଣିଥିବା ରିଫରବ୍ରିସ୍‌ଡ ଡିଭାଇସକୁ ନେଇ ୭୨ ପ୍ରତିଶତ ଚିନ୍ତିତ ଅଛନ୍ତି । ସର୍ଭେରେ ସାମିଲ ୬୯ ପ୍ରତିଶତ ଲୋକଙ୍କୁ ଅନଲାଇନରୁ କିଣିଥିବା ସାମଗ୍ରୀ ହ୍ୟାକ ହେବାର ଆଶଂକା ଘାରିଛି ।

ଅଧ୍ୟୟନ ଅନୁସାରେ ସର୍ଭେରେ ୭୮ ପ୍ରତିଶତ ଲୋକ ଅନଲାଇନରେ ସମୟ ବିତାଇ ପାର୍ବଣ ସହ ଅଧିକ ଜଡିତ ଅନୁଭବ କରିଥିବା କହିଛନ୍ତି । ସେହିପରି ୭୪ ପ୍ରତିଶତ ଲୋକଙ୍କ କହିବା ଅନୁସାରେ, ଏହା ତାଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତରେ ସାହାୟକ ହୋଇଛି ।

ସର୍ଭେ ଅନୁସାରେ ୬୫ ପ୍ରତିଶତ ଭାରତୀୟ ବୟସ୍କ କହିଛନ୍ତି, ଯଦି ପାର୍ବଣ ସମୟରେ ସେମାନଙ୍କ ଅନଲାଇନ ଉପକରଣ ପହଞ୍ଚିବାରେ ବିଳମ୍ୱ ହେଲେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି । ସର୍ଭେରେ ସାମିଲ ଲୋକଙ୍କୁ ହାରାହାରି ପ୍ରାୟ ୬,୨୧୬ ଟଙ୍କା କ୍ଷତି ହୋଇଛି।

Spread the love