ପୋଷା କୁକୁର କାମୁଡିବା ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଦାୟର କଲେ ମାଲିକାଣୀ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କଲେ ଆବେଦନ

ଭୁବନେଶ୍ୱରରେ ପୋଷା କୁକୁର କାମୁଡିବା ପ୍ରସଙ୍ଗ। ମାମଲା ଗଲା ହାଇକୋର୍ଟକୁ। ମାମଲା ଦାୟର କଲେ କୁକୁରର ମାଲିକାଣି ଶ୍ରାବଣୀ ପଟ୍ଟନାୟକ। ତାଙ୍କ ବିରୁଦ୍ଧରେ ଓ ତାଙ୍କ ପୋଷା କୁକୁର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆବେଦନ। ଇନଫୋସିଟି ଥାନା ଆଇଆଇସି ଘଟଣାର ସଠିକ ତଦନ୍ତ କରିବାକୁ ପ୍ରାର୍ଥନା। ମାମଲାରେ ଗୃହ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଡିସିପି ଭୁବନେଶ୍ୱର ଓ ଇନଫୋସିଟି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ। ସେପଟେ ବିଦେଶୀ କୁକୁର ପାଳନରେ ଲାଗିବ କଟକଣା। ରାଜଧାନୀରେ କେବଳ ୬ ପ୍ରଜାତିର ବିଦେଶି କୁକୁର ପାଳନ ପାଇଁ ଅନୁମତି ଦିଆଯିବ । ଅନ୍ୟ ରାଜ୍ୟ ଓ ଦେଶ ଗୁଡିକରେ ବ୍ୟାନ୍‌ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ ।ଯେଉଁ ବିଦେଶୀ କୁକୁର ସହରରେ ରହିବ, ତାର ସମସ୍ତ ତଥ୍ୟ ବିଏମସି ନିକଟରେ ଦାଖଲ କରିବାକୁ ପଡିବ।

ଏପରିକି ପୋଷା କୁକୁର ରଖିବା ପାଇଁ ପଞ୍ଜୀକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।

Spread the love