ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼, ଯୁବକ ଗୁରୁତର

ଭୁବନେଶ୍ୱର ୨୮।୦୩ : ରାଜଧାନୀରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ ।

ଖବର ଅନୁଯାୟୀ, ଉକ୍ତ ପେଟ୍ରୋଲ ପମ୍ପକୁ ୨ଜଣ ଯୁବକ ବାଇକ୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲେ । ହେଲେ ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀ ଓ ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିର ଉତ୍‌କ୍ଷିପ୍ତ ହୋଇ ବାଇକ୍‌ରେ ଆସିଥିବା ୨ଜଣ ଯୁବକ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏହି ଗୁଳିମାଡ଼ରେ ପେଟ୍ରୋଲ ପମ୍ପ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଗୁଳିମାଡ଼ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

Spread the love