ପେଟ୍ରୋଲ ପମ୍ପରେ ଆପଣ ହୁଅନ୍ତି ଠକାମୀର ଶିକାର ଜାଣନ୍ତୁ କେମିତି

ଏବେ ଦୈନନ୍ଦିନ ଜୀବନରେ  ସମସ୍ତେ ପେଟ୍ରୋଲ ଓ ଡିଜେଲ୍‌ର ବ୍ୟବହାର କରୁଛନ୍ତି। ଗାଡିରେ ତେଲ ଭରିବା ପାଇଁ ସମସ୍ତେ ପେଟ୍ରାଲ ପମ୍ପକୁ  ଯାଇଥାଆନ୍ତି । ମାତ୍ର ଅନେକ ପେଟ୍ରୋଲ ପମ୍ପରେ ଗ୍ରାହକ ବିଭିନ୍ନ ଉପାୟରେ ଠକାମୀର ଶିକାର ହୋଇଥାଆନ୍ତି ।
କେତେବେଳେ ପେଟ୍ରୋଲ ପମ୍ପର ମିଟରକୁ  ରିମୋଟ ଦ୍ୱାରା  ପରିଚାଳନା କରାଯାଇଥାଏ ।କେତେ ବେଳେ ତେଲ ଦେଉଥିବା ଲୋକ ନୋଜଲ୍‌କୁ ବାରମ୍ବାର  ଚିପିବା ଦ୍ୱାରା କିଛି ମାତ୍ରାରେ କମ୍ ତେଲ ଯାଇଥାଏ ।
ଜାଣନ୍ତୁ କେତେବେଳେ  ଆପଣ  ଠକାମୀର ଶିକାର ହୁଅନ୍ତି- ଆପଣଙ୍କୁ ଧ୍ୟାନ ଅନ୍ୟ ଆଡେ କରିବା:
ବେଳେ ବେଳେ ପମ୍ପରେ ପେଟ୍ରୋଲ ଦେଉଥିବା ବ୍ୟକ୍ତି ଆପଣଙ୍କ ଧ୍ୟାନକୁ ଏପଟ ସେପଟ କରିବାପାଇଁ ଉଦ୍ୟମ କରିପାରନ୍ତି ।ଏପରି କରିବା ସମୟରେ ସେ କମ୍‌ ପରିମାଣରେ ତେଲ ଦିଅନ୍ତି । ପେଟ୍ରୋଲ ଦେବା ସମୟରେ  କ୍ୟାସିଅର୍‌ ଆପଣଙ୍କ ଆଗରେ ଛିଡା ହୋଇ ମିଟରକୁ ନ ଦେଖିବା ପରି    ଅବସ୍ଥାରେ ରୁହନ୍ତି । ଏହି ସମୟରେ ତେଲ ଭରୁଥିବା ବ୍ୟକ୍ତି କମ୍‌ ତେଲ ଦେଇଥାଆନ୍ତି ।

ତେଲ ଦେବା ବେଳେ ମଝିରେ ବନ୍ଦ କରିବା:
ବେଳେ ବେଳେ ଆପଣଙ୍କୁ ତେଲ ଦେବା ବେଳେ ମଝିରୁ ତେଲ ଦେବା ବନ୍ଦ କରିଦିଅନ୍ତି । ୫୦୦ ଶହ ଟଙ୍କାର ତେଲ ପକାଉଥିବା ବେଳେ ୨୦୦ ଟଙ୍କା ଦେଇ ପୁଣି ଥରେ ତେଲ ଦେବା ଆରମ୍ଭ କରନ୍ତି । ଏପରି କଲେ କିଛି ତେଲ ରହିଯାଇଥାଏ ।

ମେସିନ୍‌ରେ ଏକ ଗ୍ୟାଜେଟ୍‌ ଲଗାଇଥାଆନ୍ତି:
ବେଳେ ବେଳେ ପେଟ୍ରୋଲ ପମ୍ପର ମେସନନ ଭିତରେ ଏକ ଗ୍ୟାଜେଟ୍‌ ଲଗାଇ ତାଆନ୍ତି । ଏଥିରେ ଆବଶ୍ୟକତା ଠାରୁ କମ୍ ତେଲ ବାହାରିଥାଏ । ଏମତି କରି ସେମାନେ ତେଲ ଠକି ଥଆନ୍ତି ।
ନୋଜଲ୍‌କୁ ବନ୍ଦ କରି:
ବେଳେ ବେଳେ ତେଲ ଦେବା ବେଳେ ତେଲ ଦେଉଥିବା ଲୋକ ନୋଜଲର ହ୍ୟାଣ୍ଡେଲରେ ଥିବା ଡିସ୍‌ପେନସର୍‌ ବା ସ୍ୱିଚ୍‌କୁ ଦୁଇ ତିନିଥିର ଚିପି ଦେଇଥାଆନ୍ତି । ଏପରି କଲେ କିଛି ମିଲି ଲିଟର ତେଲ ରହିଯାଇଥାଏ । ପୁରା ଦିନରେ ଅନେକ ତେଲ ସେମାନ ଏପରି ଠକି ପାରନ୍ତି ।
ଲମ୍ବା ପାଇପ୍‌ :
ପେଟ୍ରେଲ ପମ୍ପରେ ଆବଶ୍ୟକତାଠାରୁ ଲମ୍ବା ପାଇପ୍‌ ବ୍ୟବହାର କରନ୍ତି । ଏପରି କଲେ  ଡିଲର ପାଇଁ ଲାଭ ହୋଇଥାଏ । ଯେତିକି ପରିମାଣରେ ତେଲ ଦେବା କଥା ସେତିକି ତେଲ ପାଇପରୁ ବାହାରି ନଥାଏ ।ଏହା ପମ୍ପର ତେଲ ଟ୍ୟାଙ୍କକୁ ଫେରିଯାଇଥାଏ ।ମିଶ୍ରିତ ବା ଭେଜାଲ ତେଲ
ବେଳେ ବେଲେ ତେଲରେ କିଛି ଦ୍ରବ୍ୟ ମିଶାଇ ଦେଇଥାଆନ୍ତି ।  ନାପଥା ନାମକ ତୈଳକୁ ପେଟ୍ରୋଲା କିମ୍ବା ଡିଜେଲ୍‌ରେ ମିଶାଯାଇଥାଏ। ଏହା ଶସ୍ତା ହୋଇଥିବା ବେଳେ ତେଲରେ ମିଶିଲେ ଜଣା ପଡେ ନାହିଁ । ତେଣୁ ଗାଡିର ଇଂଜିନ ଖରାପ ହୋଇଥାଏ ।
ସବୁ ବେଳେ ୧୦୦, ୨୦୦ , ୫୦୦ ଏମତି ତେଲ ନ ପକାଇ ୧୦୧ କିମ୍ବା ୧୦୫, ୨୧୦, ୨୧୫  ଏମିତି ତେଲ ପକାନ୍ତୁ । ଏମତି ହେଲେ ପମ୍ପର ମିଟରକୁ ଆଗରୁ ଫିକ୍ସ କରାଯାଇଥିଲେ , ଆପଣ ଠକାମୀରୁ ବଞ୍ଚି ପାରିବେ ।

ସବୁବେଳେ ଗାଡିରେ ତେଲ ଭରୁଥିବା ବେଳେ ପେଟ୍ରୋଲ ପମ୍ପର ମିଟର ଓ ତେଲଦେଉଥିବା ଲୋକ ଉପରେ ନଜର ଦିଅନ୍ତୁ ।
ସବୁ ବେଳେ ତେଲ ପକାଇବା ପରେ ଟଙ୍କା ଦିଅନ୍ତୁ । ତରବର ହୁଅନ୍ତୁ ନାହିଁ ।
ନୋଜଲ ଧରି ଥିବା ବ୍ୟକ୍ତି ଉପରେ ନଜର ଦିଅନ୍ତୁ ।

Spread the love