କମିଲା ପେଟ୍ରୋଲ ଓ ଡିଜେଲ ଦର

ଗତକାଲି ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଶନିବାର ଅପେକ୍ଷା ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧ ପଇସା କମ୍ ଦେବାକୁ ପଡିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମି ୭୪ ଟଙ୍କା ୭୪ ପଇସାରେ ପହଁଚିଥିବା ବେଳେ ଡିଜେଲ ଲିଟର ପିଛା ୭ ପଇସା କମି ୭୪ ଟଙ୍କା ୧ ପଇସାରେ ପହଂଚିଛି | ଗତ ତିନି ଦିନ ଧରି ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଯଥାକ୍ରମେ ୨୭ ପଇସା ଓ ୩୮ ପଇସା ବୃଦ୍ଧି ଘଟିଥିଲା |

ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମିଥିବାବେଳେ ଚେନ୍ନାଇରେ ଲିଟର ପିଛା ୨୯ ପଇସା କମିଛି | ସେହିପରି ଡିଜେଲ ମୂଲ୍ୟ ଦିଲ୍ଲୀ ଓ କୋଲକାତାରେ ଲିଟର ପିଛା ୬ ପଇସା କମିଥିବାବେଳେ ମୁମ୍ବାଇରେ ୭ ପଇସା ଓ ଚେନ୍ନାଇରେ ଲିଟର ପିଛା ୨୨ ପଇସା କମିଛି |

ଏଠାରେ ସୂଚନା ଥାଉ କି ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତନ ହୋଇଥାଏ | ବିଦେଶୀ ମୁଦ୍ରା ଶହ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହିସାବରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତନ ହୋଇଥାଏ | ଆପଣ ପେଟ୍ରୋଲ ଓ ଡିଜେଲ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିଥାନ୍ତି ଏଥିରୁ ୫୫.୫ ପ୍ରତିଶତ ପେଟ୍ରୋଲ ପାଇଁ ଓ ୪୭.୩ ପ୍ରତିଶତ ଡିଜେଲ ପାଇଁ ଟିକସ ଆକାରରେ ଦେଇଥାନ୍ତି | ଏହା ପରେ ପେଟ୍ରୋଲ ପମ୍ପ ଡିଲର ଏହି ମୂଲ୍ୟରେ ନିଜର ଖର୍ଚ୍ଚ ଶୁଳ୍କ ଯୋଡି ପେଟ୍ରୋଲ ଓ ଡିଜେଲ ବିକ୍ରି କରିଥାନ୍ତି |

Spread the love