ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୪୦ ଡଲାର ବଢ଼ିବାରୁ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଲକଡାଉନ୍ ବେଳେ ଅଶୋଧିତ ତେଲର ଦାମ କମିଥିଲା। ହେଲେ ସରକାର ଦରରେ କୌଣସି ପରିବର୍ତ୍ତନ କରିନଥିଲେ।ଏବେ ୮୦ ଦିନ ପରେ ଅଏଲ ମାର୍କେଟିଂ କମ୍ପାନୀ ତେଲର ମୂଳ ଦରରେ ପରିବର୍ତ୍ତନ କରିଛନ୍ତି। ଅନ୍ତିମଥର ମାର୍ଚ୍ଚ ୧୬ରେ ତେଲ ଦର ପରିବର୍ତ୍ତନ ହୋଇଥିଲା। ଏହାପରେ ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି କରିବାକୁ ଯାଇ ଭାଟ ଦର ବୃଦ୍ଧି କରିଥିଲେ। ଗତ ମାସରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲରେ ୧୦ ପଇସା ଭାଟ୍ ଏବଂ ଡିଜେଲରେ ୧୩ ପଇସା ଭାଟ୍ ବୃଦ୍ଧି କରିଥିଲେ।

Spread the love