୧୩୭ ଦିନ ପରେ ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଆଁ । ଦେଶରେ ନିର୍ବାଚନ ସରିବା ପରେ ପୁଣି ବଢ଼ିଲା ତେଲ ଦର । ନିର୍ବାଚନ ପାଇଁ ସ୍ଥିର ଥିବା ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୩୭ ଦିନ ପରେ ପୁଣି ବଢିଥିବା ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସାରୁ ୯୬ ଟଙ୍କା ୨୧ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ୮୬ ଟଙ୍କା ୬୭ ପଇସା ଥିବାବେଳେ ଲିଟର ପିଛା ୮୭ ଟଙ୍କା ୪୭ରେ ପଇସାରେ ପହଞ୍ଚିଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୭୮ ପଇସାରୁ ବୃଦ୍ଧି ପାଇ ୧୦୨ ଟଙ୍କା ୭୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୯୧ ଟଙ୍କା ୬୨ ପଇସାରୁ ବୃଦ୍ଧି ପାଇ ୯୨ ଟଙ୍କା ୫୩ ପଇସାରେ ପହଞ୍ଚିଛି । ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସାରୁ ବୃଦ୍ଧି ହୋଇ ୧୧୦ ଟଙ୍କା ୮୨ ପଇସା ହୋଇଛି । ସେହିପରି ଡିଜେଲ ୯୪ ଟଙ୍କା ୧୪ ପଇସାରୁ ୯୫ ଟଙ୍କାରେ ପହଞ୍ଚିଛି ।

Spread the love