ତେଲ ଦର କମିବାରୁ ଗ୍ରାହକଙ୍କୁ ମିଠା ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ

ଜଳେଶ୍ବର :କମିଲା ତେଲ ଦର। ଖୁସିରେ ତେଲ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କୁ ମିଠା ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ବିନାୟକ କିଶାନ ସେବା କେନ୍ଦ୍ରରେ। ଗତକାଲି ମଧ୍ଯରାତ୍ରିରୁ ସରକାର ପେଟ୍ରୋଲ ଉପରେ ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ଉପରେ ୭ ଟଙ୍କା କମାଇବା ପାଇଁ ଘୋଷଣା କରିଥିଲେ।ତେଣୁ ଆଜି ସରକାରଙ୍କ ଧାର୍ଯ୍ୟ ଦରରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ବିକ୍ରୀ ହେଉଛି। ତେଲ ଦର କମି ଥିବାରୁ ସମସ୍ତ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଭିଡ଼ ମଧ୍ଯ ଲାଗିଛି। ଗ୍ରାହକଙ୍କ ଏହି ଉତ୍ସାହ ଦେଖି ବିନାୟକ କିଶାନ ସେବା କେନ୍ଦ୍ରର ମାଲିକ ଗ୍ରାହକଙ୍କୁ ମିଠେଇ ବାଣ୍ଟି ସ୍ବାଗତ ଜଣାଇବା ସହିତ କୁପନ ବ୍ୟବସ୍ଥା ମଧ୍ଯ କରିଛନ୍ତି। ଜଣେ ବାଇକ ଆରୋହୀ ଥରକେ ୨ ଶହ ଟଙ୍କାର ତେଲ ପକାଇଲେ ଗୋଟିଏ କୁପନ ଏବଂ ୫ ଶହ ଟଙ୍କାର ତେଲ ପକାଇଲେ ୩ ଟି କୁପନ ଦେଉଛନ୍ତି। କୁପନ ଗୁଡିକ ଲକିଡ୍ର କରାଯାଇ ଗ୍ରାହକ ମାନଙ୍କୁ ପୁରଷ୍କୃତ କରାଯିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ।  ଗ୍ରାହକମାନଙ୍କ ପାଇଁ ପେଟ୍ରୋଲ ପମ୍ପ ମାଲିକ ଏଭଳି ବ୍ଯବସ୍ଥା କରିଥିବାରୁ ଗ୍ରାହକ ମଧ୍ଯ ବେଶ୍ ଖୁସି ଅଛନ୍ତି।

Spread the love