ୟୁଜି, ପିଜି ଫାଇନାଲ ପରୀକ୍ଷା ଅନ୍‌ଲାଇନରେ ହେବ : ଅରୁଣ ସାହୁ

ଭୁବନେଶ୍ୱର : ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ଅନ୍‌ଲାଇନରେ ହେବ କହିଲେ ମନ୍ତ୍ରୀ ଅରୁଣ ସାହୁ । ଛାତ୍ରଛାତ୍ରୀମାନେ ଘରେ ରହି ପରୀକ୍ଷା ଦେଇପାରିବେ । ଯେଉଁ ଛାତ୍ରଛାତ୍ରୀମାନଙ୍କ ଘରେ ପରୀକ୍ଷା ଦେବାର କୌଣସି ସୁବିଧା ନଥିବ ସେମାନେ ପାଖରେ ଥିବେ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ । ଜୁଲାଇ ଓ ଅଗଷ୍ଟ ମାସ ସୁଦ୍ଧା ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପରୀକ୍ଷା କେବେ ହେବ ଏନେଇ ୟୁନିଭରସିଟି ନିଷ୍ପତ୍ତି ନେବ ।

Spread the love