ଏଣିକି ବିଶ୍ୱବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ହେବ ଏକକ ପ୍ରବେଶିକା

ଏଣିକି ଜୁନ ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୩ ରେଜଲ୍ଟ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସବୁ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ୨୦୨୦ରୁ ଏକକ ପିଜି ପ୍ରବେଶିକା କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଆଜି ଭୁବନେଶ୍ୱରରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା । ସେଠାରେ ପିଜି ପାଠ୍ୟକ୍ରମ ପ୍ରବେଶିକା ନେଇ ଆଲୋଚନା ହେବା ପରେ ଆସନ୍ତା ଶିକ୍ଷାବର୍ଷରୁ ଏକକ ପିଜି ପ୍ରବେଶିକା କରାଯିବ । ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟରେ ପିଜି ପାଠ୍ୟକ୍ରମ ପାଇଁ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ହେବ । ଯୁକ୍ତ ୩ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ରେଜଲ୍ଟ ବାହାରିବ । ଜୁନ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଏକକ ପିଜି ପ୍ରବେଶିକା ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୦ରୁ ଲାଗୁ କରାଯିବ ବୋଲି କୁଳପତିଙ୍କ ସମ୍ମିଳନୀ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ।

Spread the love