ପିଏଚ୍‌ଡି କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର ୧୧।୧୨: ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପିଏଚଡି କର୍ମଚାରୀ ଆହତ ହୋଇଛନ୍ତି । ଆହତ ପିଏଚଡି କର୍ମଚାରୀ ହେଉଛନ୍ତି ମାଗୁଣି ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଗୁଣୀ ପ୍ରଧାନ ନିମପଦରରୁ ଫେରୁଥିବା ବେଳେ ନିଛାଟିଆ ସ୍ଥାନରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ମାଗୁଣୀଙ୍କଠାରୁ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଶନିବାର ତାଙ୍କୁ ରାସ୍ତା କଡରୁ ଭଞ୍ଜନଗର ମେଡିକାଲକୁ ଆଣି ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

Spread the love