କାଲି ସକାଳ 8 ରୁ 10ଟା ମଧ୍ୟରେ ହେବ ଲାଣ୍ଡଫଲ୍: ଘରୁ ନ ବାହାରିବାକୁ ସତର୍କ ସୂଚନା

ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ 3 ତାରିଖ ପୂର୍ବାହ୍ନ 8 ରୁ 10 ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 170 ରୁ 180 କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍‌, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ 320 କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି 16 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।

Spread the love