ଆଦିତ୍ୟ ମୃତ୍ୟୁ ମାମଲାରେ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ହୋଇଛି ଆବେଦନ।  ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଏହି ଟେଷ୍ଟ ହୋଇପାରେ ।
ଦୁଇ ମାସ ପୂର୍ବେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆରପିଏଫ୍ ଘଟଣାର ତଦନ୍ତ କରିଥିଲା । ଏହାପରେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା।  ଏହି ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପାମା’ଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା ।ଆଦିତ୍ୟଙ୍କ ମୃତ୍ୟୁ ଦିନ କେଉଁ କାରଣରୁ ଝଗଡ଼ା ଲାଗିଥିଲା, କାହିଁକି ବିଦ୍ୟାଶ୍ରୀ ଘର ଛାଡ଼ି ପଳାଇଲେ, ଘରୁ ଯିବା ବେଳେ ଆଦିତ୍ୟ କାହାକୁ ଫୋନ୍ କରିଥିଲେ କି, ଘଟଣାର କିଛି ଦିନ ଆଗରୁ ଆଦିତ୍ୟଙ୍କ ମାନସିକ ଅବସ୍ଥା କିପରି ଥିଲା ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ।  ତେବେ ଶେଷରେ ସମସ୍ତ ବ୍ୟକ୍ତିଙ୍କ ଲାଏ ଡିଟେକସନ ଟେଷ୍ଟ ଲାଗି ଫରେନସିକ୍ ବିଭାଗକୁ ଚିଠି କରିଛି।  ଲାଏ ଡିଟେକ୍ସନ୍ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ କିଛି ଖିଅ ମିଳିପାରେ ବୋଲି ଆଶା କରାଯାଉଛି ।
Spread the love