ଘରେ ଏହି ଫୋଟ ଆଦୌ ଲଗାନ୍ତୁ ନାହିଁ ନଚେତ ଗରିବ ପିଛା ଛାଡ଼ିବ ନାହିଁ

ବନ୍ଧୁଗଣ ଏହାକୁ ତ ସମସ୍ତେ ମାନିଥାନ୍ତି ଆମର ଚାରିପାଖରେ ଯେତିକି ସକାରାତ୍ମକ ଉର୍ଜା ଥାଏ ସେତିକି ହିଁ ଆମର ମନ ଶାନ୍ତ ରହେ ଓ ଆମର କାମରେ ସଫଳତା ମିଳେ। ଏଥି ପାଇଁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯେମିତି ଆପଣଙ୍କ ଜୀବନରେ କିଛି ବସ୍ତୁର ପ୍ରଭାବ ପଡ଼ିଥାଏ। ଯେମିତି ଆମ ଘରେ ଭିନ୍ନ ଭିନ୍ନ ପ୍ରକାରର ଚିତ୍ର ତଥା ଫୋଟ ଲଗା ଯାଇଥାଏ। କିନ୍ତୁ ଆମେ ସେସବୁର ମହତ୍ତ୍ୱ ଜାଣି ନଥାଉ। ଯାହାର ଖରାପ ପ୍ରଭାବ ଆମକୁ ବେଳେ ବେଳେ ଭୋଗିବାକୁ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଯେଉଁ ବସ୍ତୁକୁ ଆମ ସାମ୍ନାରେ ଦେଖିଥାନ୍ତି ସେହି ବସ୍ତୁ ହିଁ ଆମ ଉପରେ ଅଧିକ ପ୍ରଭାବ ପକାଇଥାଏ। ଏଥିପାଇଁ ଘର ଭିତରେ ଥିବା ବସ୍ତୁକୁ ଚିହ୍ନିବା ଆବଶ୍ୟକ। ଏକଦା ଭଗବାନ ଶ୍ରୀକୃଷ୍ଣ ଦ୍ୱାରିକା ନଗରେତାଙ୍କର ମିତ୍ର ଶ୍ରଦ୍ଧାରେ ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ ଘରେ କେଉଁ ଫୋଟ ଲଗାଇବା ଉଚିତ ଏବଂ କଣ ଲଗେଇବା ଅନୁଚିତ। ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ପ୍ରତ୍ୟକ ଫୋଟର ପ୍ରଭାବ ଏବଂ ମହତ୍ତ୍ୱ କହିଥିଲ। କିଛି ଏମିତି କଥା କହିଥିଲେ ଯାହାକୁ ଭଗବାନ ବିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି। ତ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଏମିତି କଣ ଫୋଟ ଅଛି ଯାହାକୁ ଘରେ ଲୋଗାଇବା ଉଚିତ ଓ କେଉଁ ଫୋଟ କୁ ଘରେ ଲଗେଇବା ଉଚିତ ନୁହେଁ।

ପ୍ରଥମ ଫୋଟ:-ଆପଣଙ୍କ ବ୍ୟାପାରରେ ବାରମ୍ବାର କ୍ଷତି ହେଉଛି ଆପଣଙ୍କୁ ସଫଳତା ମିଳୁନାହିଁ ତ ଆପଣ ଆପଣଙ୍କ ଅଫିସରେ କିମ୍ବା ଦୋକାନରେ ଆପଣ ଯେଉଁଠି କାମ କରୁଛନ୍ତି ସେହି ଜାଗାରେ ପୂର୍ବ ଦିଗରେ ଦୌଡୁ ଥିବା ଧଳା ରଙ୍ଗର ଘୋଡାର ଫୋଟ ଲଗାନ୍ତୁ। ଏହିପରି ଘୋଡା ଆପଣଙ୍କୁ ସବୁବେଳେ ଆଗକୁ ଆଗେଇ ନେବାର ଶକ୍ତି ପ୍ରଦାନ କରିଥାଏ। କାରଣ ଏହି ଘୋଡା ଇନ୍ଦ୍ରଦେବଙ୍କୁ ଦର୍ଶାଇଥାଏ।

ଦ୍ଵିତୀୟ ଫୋଟ:-ଗର୍ଭବତୀ ମହିଳାମାନଙ୍କ ପାଇଁସୁନ୍ଦର ବିଚାର ଭଲ ବାତାବରଣ ମନ ପ୍ରସନ୍ନ ରହିବା ଅତି ଉତ୍ତମ ଅଟେ। ତେଣୁ ସେମାନଙ୍କ ରୁମରେ ମାତା ଯଶୋଦାଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଫୋଟ କିମ୍ବା ଲହୁଣି ଖାଉଥିବା ବାଳଗୋପାଳଙ୍କର ଫୋଟ ଲଗେଇବା ଉଚିତ। କାରଣ ଏହା ମାତା ଏବଂ ଶିଶୁକୁ ଉଭୟଙ୍କ ପାଇଁ ଲାଭଦାୟକ ଅଟେ।

ତୃତୀୟ ଫୋଟ:-ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପରିବାର ଗୋଟିଏ ଆଦର୍ଶ ପରିବାର ବନୁ ତ ଆପଣ ଆପଣଙ୍କର ଘରର ଡ୍ରଇଂ ରୁମରେ ରାମ ସୀତାଙ୍କର ରାଜକୀୟ ଦରବାରର ଫୋଟ ଲୋଗାନ୍ତୁ।

ଚତୁର୍ଥ ଫୋଟ:-ଯଦି ଆପଣ ଧନ ବଢ଼ାଇବା ପାଇଁ ଚାହୁଁଛନ୍ତି ଆଉ ଚାହୁଁଛନ୍ତି କି ଧନ କେବେବି ଆପଣଙ୍କ ଘରୁ ସରିନଯାଉ ତ ଆପଣଙ୍କ ଘରେ ଭଗବାନ ଧର୍ମେନ୍ଦ୍ରଙ୍କ ଫୋଟ ଅବଶ୍ୟ ଲଗାନ୍ତୁ। ଏହି ଫୋଟ ଲଗେଇବା ଦ୍ବାରା ଆପଣଙ୍କ ଘରର ସଦସ୍ୟ ମାନଙ୍କର ସ୍ବାସ୍ଥ୍ୟ ମଧ୍ୟ ଠିକ ରହିଥାଏ ତା ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହେବ। ଯଦି ଆପଣଙ୍କ ମନ କୌଣସି କାମ କରିବାରେ ଲାଗୁନାହିଁ ସବୁବେଳେ ଆପଣଙ୍କ ମନ ବିଚଳିତ ରହୁଥାଏ ତ ଆପଣ ରୋଷେଇ ଘରେ ହସୁ ଥିବା ବା ଝୁଲୁଥିବା ଫୋଟର ଚିତ୍ର ଲଗାନ୍ତୁ। ଅଥବା ଆପଣ ସୁଗଦ୍ଧିତ ଫୁଲ ମଧ୍ୟ ଘରେ ରଖିପାରିବେ। ଏହା କଲେ ଆପଣଙ୍କ ମନ ମଧ୍ୟ ଫୁଲ ପରି ମହକି ଥାଏ।

ମା ସ୍ୱରସ୍ୱତି ବୃଦ୍ଧି, କୌଶଳ,ବିଦ୍ୟା ଏବଂ ଆତ୍ମବିଶ୍ୱାସର ଦେବୀ ଅଟନ୍ତି। ଏହାକୁ ପିଲାମାନଙ୍କର ପାଠ ପଢୁଥିବା ରୁମରେ ଟେବୁଲ ଉପରେ ରଖନ୍ତୁ। ଏହା ଦ୍ବାରା ମା ସ୍ୱରସ୍ୱତିଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏମାନଙ୍କର ମନ ବି ଅନ୍ୟ କୌଣସି ଆଡକୁ ଯାଏନାହିଁ। ତ ଏବେ ଜାଣିଲେ କେଉଁ ସବୁ ଫୋଟ ଘରେ ଲଗେଇଲେ ଶୁଭ ହୋଇଥାଏ। ତ ଏବେ ଆସନ୍ତୁ ଜାଣିବା କେଉଁ ସବୁ ଫୋଟ ଘରେ ଲଗେଇବା ଉଚିତ ନୁହେଁ।

ଆମେ ସମସ୍ତେ ଜାଣିଛୁ ଯେମହାଭାରତ ଗ୍ରନ୍ଥ ଘରେ ରଖା ଯାଇନଥାଏ। କିମ୍ବା ପଢ଼ା ଯାଇନଥାଏ। ଏଥି ସହିତ ମହାଭାରତ ସହିତ ଜଡ଼ିତ କୌଣସି ବି ଫୋଟକୁ ଘରେ ଲଗାନ୍ତୁ ନାହିଁ। ଏହା ଘରର ଶାନ୍ତ ବାତାବରଣ ପାଇଁ ଉଚିତ ହୋଇନଥାଏ। କିନ୍ତୁ ଘରେ କୌଣସି ଯୁଦ୍ଧର ଫୋଟ ମଧ୍ୟ ଲଗାନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଘରର ଶାନ୍ତି ଭଙ୍ଗ ହୋଇଥାଏ ଏବଂ ଖରାପ ବିଚାର ଆସିଥାଏ।

Spread the love