ସ୍ୱାମୀଙ୍କୁ ଅଶ୍ଲୀଳ ଫଟୋ ପଠାଉଥିଲେ ମହିଳା ପୋଲିସ ଅଫିସର, ଗଲା ଚାକିରୀ

ନୂଆଦିଲ୍ଲୀ, ୨୯|୦୧:   ଅଶ୍ଲୀଳ ଫଟୋ ସେୟାର କରୁଥିଲେ ମହିଳା ପୋଲିସ ଅଧିକାରୀ । ଫେକ୍ ଆକାଉଣ୍ଟ ଖୋଲି କରୁଥିଲେ ଏପରି ସବୁ କାମ । ଏବେ ଚାକିରୀରୁ ବିଦା ହେଲେ ।  ଏପରି ଘଟଣା ସାମ୍ୱାକୁ ଆସିଛି ଆମେରିକାର କୋଲରାଡୋରେ ।

ସୂଚନାନୁସାରେ, କୋଲରାଡୋରେ ରୁହନ୍ତି ମେଲିସା ଓ୍ୱିଲମ୍ସ । ସେ ଜଣେ ପୋଲିସ ଅଧିକାରୀ । କିଛି ଦିନ ତଳେ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା । ସେ ଫେକ୍ ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ସେୟାର କରୁଥିବା ଅଭିଯୋଗ ହୋଇଥିଲା । ୨୦୨୦ରୁ ସେ ଏପରି କରୁଥିଲେ । ଅନ୍ୟ ବରିଷ୍ଠ ଅଧିକାରୀ ଏବାବଦରେ ସୂଚନା ପାଇଥିଲା । ସମସ୍ତେ ଏକଥା ଜାଣିବା ପରେ ଲଜ୍ଜିତ ଅନୁଭବ କରିଥିଲେ ମେଲିସା । ତାଙ୍କୁ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯାଇଥିଲା ।

ତେବେ ଏହାକୁ ନେଇ ମେଲିସା କହିଛନ୍ତି ଯେ, ଏପରି ଚାକିରୀ ଯିବା ଠିକ୍ ନୁହେଁ । ସେ ନିଜ ଓ୍ୱେବସାଇଟରେ ଯାହା କରୁଥିଲେ ତାହା ତାଙ୍କ କାମ ଉପରେ ପ୍ରଭାବ ପକାଉନଥିଲା । ତାଙ୍କ ସହ ଠିକ୍ ହୋଇନାହିଁ । ସେ ନିଜ ପତିଙ୍କ ସହ ହିଁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସେୟାର କରୁଥିଲେ ବୋଲି କହିଛନ୍ତି ।

ମେଲିସା ଦୀର୍ଘ ୨୮ ବର୍ଷ ଧରି ପୋଲିସ ବାହିନୀରେ କାମ କରୁଥିଲା । ଚାକିରୀ ଛାଡିବା ପରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ୨୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Spread the love