କୋଟପାଡ଼ରେ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ

କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । କୋଟପାଡ଼ ମୁର୍ତ୍ତାହାଣ୍ଡି ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ ଏଥିରେ ଥିବା ଲୋକମାନେ ଏକ ଶୁଦ୍ଧିକ୍ରିୟାରେ ଦଶାହ କର୍ମ ସାରି ଫେରୁଥିଲେ ।

Spread the love