ଗଣତନ୍ତ୍ରରେ ହିଂସା କେବେ ଗ୍ରହଣ ଯୋଗ୍ୟ ନୁହେଁ : ପୁରୀ ସାଂସଦ

ଭୁବନେଶ୍ୱର, ୧୩/୦୩: ବାଣପୁର ହିଂସାକୁ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣ ଯୋଗ୍ୟ ନୁହେଁ । ସମ୍ବିତ ପାତ୍ରଙ୍କ ବହିଷ୍କାର ଦାବି ଉପରେ ପିନାକୀ ରଖିଲେ ପ୍ରତିକ୍ରିୟା । ପୂର୍ବରୁ ବିଧାୟକଙ୍କ ଏପରି ଆଚରଣ ପାଇଁ ଦଳ ସୁପ୍ରିମୋ ତାଙ୍କୁ ନିଲମ୍ବିତ କରିଛନ୍ତି । ଦଳର ସମ୍ବିଧାନ ଅନୁଯାୟୀ ୩ ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି ତେବେ ତାଙ୍କୁ ଦଳରୁ ବହିଷ୍କାର ବୋଲି ଧରାଯାଏ। ପୂର୍ବରୁ ବିଜେପି ମଣ୍ଡଳ କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ସେପ୍ଟେମ୍ବର ୮ ତାରିଖରେ ଦଳରୁ ନିଲମ୍ବନ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ ।

Spread the love