ପିପିଲି ଉପ ନିର୍ବାଚନ : ଆରମ୍ଭ ହେଲା ମତଦାନ

ପିପିଲି, ୩୦|୦୯: ପିପିଲିରେ ଆରମ୍ଭ ହୋଇଛି ଭୋଟ୍ । ମତଦାନ ଆରମ୍ଭ ହୋଇଛି । ସମୁଦାୟ ୨ ଲକ୍ଷ ୩୦ ହଜାର ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଭୋଟ ଗ୍ରହଣ କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ୍ କୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଭୋଟ ଦେବାକୁ ଆସୁଛନ୍ତି ସେମାନଙ୍କର ଥର୍ମାଲ ସ୍କାନିଂ କରାଯିବା ସହ ସାନିଟାଇଜର, ଗ୍ଲୋବ୍ସ ଦିଆଯାଉଛି । ସାମାଜିକ ଦୂରତା ସହ ଭୋଟ ଦେଉଛନ୍ତି ଭୋଟର ।

ସେହିପରି ଅତି ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍ ର ୩୪୮ଟି ବୁଥ୍ ରେ ଏହି ମତଦାନ ଅନୁଷ୍ଠିତ ହେଉଛି । ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଥିବାବେଳେ ୭୩ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ୧୭୫ଟି ଯାକ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅଛନ୍ତି । ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି ।

ଭୋଟ ଗ୍ରହଣ ବେଳେ ଇଭିଏମ ମେସିନରେ ବୈଷୟିକ ତ୍ରୁଟି ଦେଖାଦେଲେ ତାକୁ ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ କରାଯାଇଛି। ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ଯେଉଁମାନେ ଭୋଟ ଦେବାକୁ ଆସିବେ ତାପମାତ୍ର ଥର୍ମାଲ ସ୍କାନିଂରେ ମାପିବା ପରେ ଭୋଟ ଗ୍ରହଣ କେନ୍ଦ୍ରକୁ ଛଡାଯିବ। ଯେଉଁ ମାନଙ୍କ ତାପମାତ୍ର ଅଧିକ ଥିବ ସେମାନେ ଓ କୋଭିଡ ଆକ୍ରାନ୍ତ ମାନେ ଶେଷ ଘଣ୍ଟାରେ ଭୋଟ ଦେବେ। ଯେଉଁ ମାନଙ୍କର ଭୋଟ ପରିଚୟ ପତ୍ର ନଥିବ ସେମାନେ ଡ୍ରାଇଭିଂ ଲାଇସେନସ, ଅଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୂକ ଭଳି ୧୧ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ।ଭୋଟ ଗ୍ରହଣ ପାଇଁ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Spread the love