ପିପିଲି ଉପ-ନିର୍ବାଚନ: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ, ଅମାନତ ହରାଇଲା କଂଗ୍ରେସ

ପିପିଲିରେ ବାଜି ମାରିନେଇଛି ବିଜୁ ଜନତା ଦଳ । ବିଜେଡି ବିଜୟୀ ହୋଇଛି ଆଉ ଏକ ଉପ-ନିର୍ବାଚନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ଭୋଟ ଗଣନା ଆରମ୍ଭରୁ ବିଜେଡିର ଦବଦବା ଜାରି ରହିଥିବା ବେଳେ କୌଣସି ବି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ପଛୁଆ ନଥିଲେ । ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ ।

୨୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୯୨୮୧୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୨୩୨୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୧୫୫ ଖଣ୍ଡ ଭୋଟ ପାଇଛନ୍ତି ।

Spread the love