ପିପିଲି ଉପନିର୍ବାଚନ, ପ୍ରତାପ, ମହେଶ୍ୱରଙ୍କ ରଣନୀତି

ପିପିଲି ଉପନିର୍ବାଚନ ପାଇଁ ବୁଧବାର ବସିଥିଲା ବିଜୁ ଜନତା ଦଳର ରଣନୀତି ବୈଠକ। ଏହି ବୈଠକରେ ବିଜେଡ଼ି ପୁରୀ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି, ପିପିଲିର ନୂତନ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପିପିଲି ଦଳୀୟ ସଙ୍ଗଠନକୁ କିପରି ମଜଭୁତ କରାଯିବ ଓ ଆଗାମୀ ଉପନିର୍ବାଚନ ସମ୍ୱନ୍ଧରେ ପ୍ରାୟ ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୪ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଘଟିଥିଲା । ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାକଥା । ତେଣୁ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ଉପନିର୍ବାଚନ ପ୍ରକ୍ରିୟା ନେଇ ଆଶା ପ୍ରକାଶ କରାଯାଉଛି ।

କିଛିଦିନ ପୂର୍ବରୁ ଦଳର ପ୍ରଭାରୀ ପ୍ରତାପ ଦେବ ଡେଲାଙ୍ଗ ଓ ପିପିଲିର ବ୍ଲକ ଅଧ୍ୟକ୍ଷ ଏବଂ ୨ ବ୍ଲକର ବିଜେଡି ସଭାପତି, ପିପିଲି ଏନଏସିର ବିଜେଡି ସଭାପତି ପ୍ରମୁଖଙ୍କୁ ଡାକି ଆଲୋଚନା କରିଥିଲେ।କିଏ ହେବ ପିପିଲିରେ ପ୍ରାର୍ଥୀ ଏବଂ ଦଳର ପ୍ରଚାର ରଣନୀତି କଣ ରହିବ ସେନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ ତାଙ୍କ ପୁଅ ଓ ପତ୍ନୀ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ଇସାରା ଦେଇଥିବାରୁ ଦ୍ଵନ୍ଦରେ ଦଳର ରହିଛି । କାହିଁକି ନା ପିପିଲିରେ ବରିଷ୍ଠ ବ୍ୟକ୍ତିମାନେ ମହାରଥୀଙ୍କ ପତ୍ନୀଙ୍କୁ ନିଜର ନେତା ଭାବରେ ଦେଖିବାକୁ ଇଛୁକ ଥିବାବେଳେ ଯୁବଗୋଷ୍ଠି ମହାରଥୀଙ୍କ ପୁଅକୁ ସମର୍ଥନ କରୁଛନ୍ତି । ମାତ୍ର ବୈଠକରେ ଦଳ ସୁପ୍ରିମୋ ଯାହାକୁ ଟିକେଟ ଦେବେ ତାହାକୁ ଗ୍ରହଣ କରିବୁ ବୋଲି ସମସ୍ତେ ଏକମତ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

Spread the love