ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବେଖାତିର : ରଥଯାତ୍ରାରେ ଆଦାୟ ହେଲା ଟୋଲ୍

ରଥଯାତ୍ରା, ବାହୁଡ଼ା ଓ ସୁନାବେଶରେ ପିପିଲି ଟୋଲ୍‌ ଗେଟ୍‌ରେ ଟୋଲ୍ ଆଦାୟ ହେବନି। ଏହି ତିନିଦିନ ପିପିଲି ଟୋଲ୍ ଗେଟ୍ ଦେୟମୁକ୍ତ ହେବ। ରଥଯାତ୍ରା ପୂର୍ବରୁ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଏପରି କିଛି ନିଷ୍ପତ୍ତି ହୋଇଥିଲା। ଏନ୍‌ଏଚ୍‌ଏଆଇ ଅଧିକାରୀମାନେ ବି ଟୋଲଗେଟ୍ ଦେୟମୁକ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ଖୋଲାଖୋଲି ଉଲ୍ଲଙ୍ଘନ ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭକ୍ତଙ୍କ ସହ ଟୋଲଗେଟ୍ କର୍ମଚାରୀଙ୍କ ଯୁକ୍ତତର୍କ ବି ହୋଇଛି। ଭକ୍ତମାନଙ୍କ କହିବା କଥା, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଥିବା ବେଳେ ଭକ୍ତଙ୍କଠାରୁ ଟୋଲ ଆଦାୟ ବେଆଇନ। ସେପଟେ ଶେଷ ମୁହୂର୍ତରେ ଏପରି କିଛି ନିଷ୍ପତ୍ତି ହୋଇନାହିଁ କହି ଭକ୍ତଙ୍କୁ ଏନ୍‌ଏଚ୍‌ଏଆଇ ବିଭ୍ରାନ୍ତ କରିଛି ବୋଲି ଭକ୍ତମାନେ କହିଛନ୍ତି। ଏହା ବିରୋଧରେ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Spread the love