ବିକାଶ ପାଇଁ କେନ୍ଦ୍ର ଦେଉଥିବା ଅର୍ଥରେ ବାଧକ ସାଜୁଛନ୍ତି ନବୀନ ସରକାର :ପିୟୁଷ ଗୋୟଲ

କଟକ ଏକ ପ୍ରାଚୀନ ସହର । ଏହି ଐତିହାସିକ ସହରରେ ରାଜାମାନେ ରାଜ୍ କରୁଛନ୍ତି କିନ୍ତୁ ପ୍ରଜାମାନଙ୍କ କଥା କେହି ଚିନ୍ତା କରୁନାହାଁନ୍ତି । ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେଉଛି । ନୂଆ କାରଖାନା ଖୋଲାଯାଉନାହିଁ । ରାଜ୍ୟସରକାର ବିକାଶର କାର୍ଯ୍ୟକୁ ଆପଣଙ୍କ ପାଖରେ ପହଂଚାଉନାହଁନ୍ତି । ଯେଉଁ ଭୂମିରେ ନେତାଜୀ ସୁବାଷ ବୋଷ ଜନ୍ମ ନେଇଥିଲେ ସେହି ସ୍ଥାନର ବିକାଶ କେବଳ ବିଜେପି ହିଁ କରିପାରିବ ବୋଲି ଆଠଗଡଠାରେ ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ।
ଶ୍ରୀ ଗୋୟଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ରାଜ୍ୟସରକାର ବାଧକ ସାଜିଛନ୍ତି । ପ୍ରଧାନମନ୍ତ୍ରୀ
ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସମୟରେ  ନବୀନ ସରକାର ଏହାକୁ ଲାଗୁ ନକରି ଗରୀବଙ୍କ ପ୍ରତି ଅନ୍ୟାୟ କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟସରକାର ଚାଷୀଙ୍କ ତାଲିକା ଦେଇନଥିବା କାରଣରୁ ଆଜି ଲକ୍ଷ ଲକ୍ଷ ଚାଷୀ କେନ୍ଦ୍ର ସରକାରଙ୍କ ସହାୟତାରୁ ବଂଚିତ ରହିଛନ୍ତି । ରେଲୱ ପାଇଁ କେନ୍ଦ୍ର ସରକାର ୪୫ ହଜାର କୋଟି ଅନୁଦାନ ଦେଇଛନ୍ତି । ରାଜ୍ୟରେ ନୂଆ ରେଲ ଲାଇନ, ଡବଲ ଲାଇନ ଏବଂ ନୂଆ ରେଳ ପ୍ରୋଜେକ୍ଟ ପାଇଁ ନବୀନ ସରକାର ସାହାଯ୍ୟ କରୁନାହଁନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ଜୟପୁରରୁ ମାଲକାନଗିରି ରେଲ ଲାଇନକୁ ମୋଦି ସରକାର ମଂଜୁରୀ ଦେଇଛନ୍ତି l

କିନ୍ତୁ ରାଜ୍ୟସରକାର ଜମି ଯୋଗାଇବାରେ ବିଳମ୍ବ କରୁଥିବାରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁ ନାହିଁ । ସେହିପରି ଖୋର୍ଦ୍ଦା- ବଲାଙ୍ଗିର ରେଲ ଲାଇନ ମାତ୍ର ୮୦ କିମି ହୋଇପାରିଛି । ବାକି ୨୦୯ କିମି ଜମି ଅଧିଗ୍ରହଣରେ ରାଜ୍ୟସରକାର ବିଳମ୍ବ କରୁଥିବାରୁ କାମ ଅଟକି ରହିଛି । ଅନୁଗୁଳ- ସୁକିନ୍ଦା ରେଳ ଲାଇନ, ତାଳଚେର-ଟିଟିଲାଗଡା

ପାଇଁ ନୂଆ ରେଳ ଲାଇନ ପାଇଁ ରାଜ୍ୟସରକାର ଜମି ଯୋଗାଉନାହାଁନ୍ତି । ପୂର୍ବରୁ ବାକିଥିବା ଅନ୍ୟ କିଛି ରେଳ ଲାଇନ ବି ରାଜ୍ୟସରକାରଙ୍କ ଅପରାଗତା ଯୋଗୁଁ ଅଟକି ରହିଛି ବୋଲି ଶ୍ରୀ ଗୋୟଲ କହିଛନ୍ତି । ଡିଏମଏଫ ମାଧ୍ୟମରେ ୧୪ ପ୍ରତିଶତରୁ ୨୦ ପ୍ରତିଶତ ଅର୍ଥ ବୃଦ୍ଧି କରି କୋଇଲା ଉତ୍ପାଦନ କରୁଥିବା ଜିଲ୍ଲାକୁ ଅର୍ଥ ମିଳୁଛି । କଂଗ୍ରେସ ସରକାର ସମୟରେ ଗତ ୫ ବର୍ଷରେ ୬୦,୬୫୦ କୋଟି ରୟାଲିଟି ମିଳିଥିଲା । କିନ୍ତୁ ୨୦୧୪-୧୯ରେ ଓଡିଶା ସରକାରଙ୍କୁ ୧୩,୫୭୭ କୋଟି ଟଙ୍କା ରୟାଲିଟି ମିଳିଛି ।

ଏହି ଅର୍ଥକୁ ନବୀନ ସରକାର ଠିକ ଢଙ୍ଗରେ ବ୍ୟବହାର କରିନଥିବାରୁ ରାଜ୍ୟରେ ବିକାଶ ହୋଇପାରିନାହିଁ । ବିଜେପି ସରକାର ଆସିଲେ ରାଜ୍ୟରେ ବିକାଶ ହୋଇପାରିବ । ମୋଦି ସରକାରଙ୍କ ନେତୃତ୍ୱରେ ୨୦୨୨ ସୁଦ୍ଧା ସମସ୍ତ ଘର ପକ୍କା କରିବା, କୃଷକଙ୍କ ରୋଜଗାରକୁ ଦୁଇଗୁଣା କରିବା, ଶୀତଳ ଭଣ୍ଡାର କରିବା, ସୌଭାଗ୍ୟ ଯୋଜନା ମାଧ୍ୟମରେ ଘରେ ଘରେ ବିଦ୍ୟୁତ ପହଂଚାଇବା ଆଦି ବିକାଶମୂଳକ କାର୍ଯ୍ୟ କରାଯିବ ।
ଏଥିସହ କଟକ ସଂସଦ ପ୍ରାର୍ଥ ପ୍ରକାଶ ମିଶ୍ର ଏବଂ ଆଠଗଡ ବିଜେପି ପ୍ରାର୍ଥୀ ବଜେନ୍ଦ୍ର ରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ
ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।
(

Spread the love