ମେ’ ୩୧ ପର୍ଯ୍ୟନ୍ତ ୮୦ ପ୍ରତିଶତ କ୍ଷମତାରେ ଚଳାଚଳ କରିବ ଘରୋଇ ବିମାନ: ହରଦୀପ ସିଂ ପୁରୀ
ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ’ ୩୧ ପର୍ଯ୍ୟନ୍ତ ଘରୋଇ ବିମାନ ଚଳାଚଳ ୮୦ ପ୍ରତିଶତ କ୍ଷମତା ମଧ୍ୟରେ ସୀମିତ ରହିବ। ଆଜି ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ସରକାର କହିଛନ୍ତି ଯେ, ମେ ୩୧ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ୮୦ ପ୍ରତିଶତ କ୍ଷମତାରେ ଚାଲିବ ଘରୋଇ ବିମାନ। କରୋନା ସଂକ୍ରମଣ ଭୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ୍ କରି କହିଛନ୍ତି ଯେ, କରୋନୋଭାଇରସ୍ ସଂକ୍ରମଣ ପୁଣି ଥରେ ଉପର ମୁହାଁ ହେବା ପରେ କେତେକ ରାଜ୍ୟ ବିମାନ ଯାତ୍ରୀଙ୍କ ଆରଟି- ପିସିଆର ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଏନେଇ ବିମାନ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି। ଏହି କାରଣ ପାଇଁ ମେ’ ୩୧ ପର୍ଯ୍ୟନ୍ତ ଘରୋଇ ବିମାନରେ ଯାତ୍ରୀଙ୍କ ସଂଖ୍ୟା ୮୦ପ୍ରତିଶତ କରାଯାଇଛି।
ଅନ୍ୟ ପକ୍ଷରେ ଚୀନ୍ର ରାଷ୍ଟ୍ରାୟତ୍ତ ସିଚୁଆନ୍ ଏୟାରଲାଇନ୍ସ ଭାରତକୁ ନିଜର ସମସ୍ତ କାର୍ଗୋ ବିମାନକୁ ୧୫ଦିନ ପାଇଁ ସ୍ଥଗିତ ରଖିଛି।