ରାଫେଲ ଯୁଦ୍ଧ ବିମାନ ଉଡ଼ାଇଲେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଯବାନ ଡିକେ ପଟ୍ଟନାୟକ ପଶ୍ଚିମବଙ୍ଗ ହାସିମାରା ଏୟାରବେସରେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତ । ଏବେ ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ଅଛନ୍ତି ଡିକେ ପଟ୍ଟନାୟକ । ୧୯୯୯ ମସିହା ଜୁନ୍ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ୍ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଡିକେ ପଟ୍ଟନାୟକ ।ତାଙ୍କର ଅପୂର୍ବ ସାହସ ଯୋଗୁ କାର୍ଗିଲରେ ପାକ୍ ସେନା ଛତ୍ରଭଙ୍ଗ ଦେଇଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା । ୨୫ଶହ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ବିମାନ ଉଡ଼ାଇବାର ଦକ୍ଷତା ରହିଛି ।

Spread the love