୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ

ନୂଆଦିଲ୍ଲୀ : ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ।ସାଧାରଣତଃ ବିମାନର ଜରୁରୀ ଅବତରଣ ସମୟ ୨୦ ମିନିଟ ରହିଥାଏ କିିନ୍ତୁ  ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ହାଇ ଆଲର୍ଟ ଘୋଷଣା ହେବାର ୧୦ମିନିଟ ମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ନିକଟରେ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ବିମାନବନ୍ଦର ସୁରକ୍ଷା ଏଜେନ୍ସି ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଏକ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକ ପରିସ୍ଥିତିର ମୁକାବିଲା କରି ବିମାନଟି ୧୦ମିନିଟ୍‌ରେ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିବା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁଥିରେ ଅଗ୍ନି ନିରାପତ୍ତା ସମେତ ବିମାନ ଅବତରଣ ବେଳେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏପରିକି ଏକ ଦିଲ୍ଲୀ ବିମାନ ବନ୍ଦରର ଅସ୍ଥାୟୀ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଥିବା ବେଳେ ୫ଜଣ ଡାକ୍ତର ମଧ୍ୟ ଉପସ୍ଥିତ ରହିଥିଲେ।

Spread the love