ମଧ୍ୟପ୍ରଦେଶ ଗୁନାରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଆହତ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ନିମଚରୁ ଉଡ଼ାଣ ଭରିଥିବା ଏକ ତାଲିମ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଗୁନାରେ ଜରୁରୀ କାଳୀନ ଅବତରଣ ପାଇଁ ସହାୟତା ଲୋଡ଼ାଯାଇଥିବା ବେଳେ ଜରୁରୀ କାଳୀନ ଅବତରଣ ବେଳେ ଏୟାରଷ୍ଟ୍ରିପ୍ ବାହାରେ ଅବତରଣ କରିବା ପରେ ହଠାତ୍ ପ୍ଲେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଟ୍ରେନି ପାଇଲଟ ଆହତ ହୋଇଛନ୍ତି। ଆହତ ଟ୍ରେନି ପାଇଲଟ୍ ନାନ୍ସି ମିଶ୍ରାଙ୍କୁ ଜିଲ୍ଲା ଚିକିତ୍ସାଳୟ ଗୁନାରେ ଭର୍ତ୍ତି କରାଯାଇଛି। ଏୟାରଷ୍ଟ୍ରିପ୍ ରେ ରନ୍ ୱେ କରୁଥିବା ବେଳେ ବିମାନଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ତାହା ନିକଟରେ ଥିବା ଏକ ପୋଖରୀ କୂଳ ବୁଦାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାର ତଦନ୍ତ ଚାଲିଛି।

ଗୁନା ସବ୍ ଇନ୍ସପେକ୍ଟର ଚଞ୍ଚଲ ତିୱାରୀ କହିଛନ୍ତି ଯେ ଧାନାସ୍ଥିତ ଚିମ୍ସ ଏଭିଏସନ୍ ଏକାଡେମୀର ମାଲିକାନାରେ ଥିବା ସେସନା-୧୭୨ ନାମକ ଏକ ସିଙ୍ଗଲ ଇଞ୍ଜିନ୍ ବିଶିଷ୍ଟ ବିମାନଟି ଗୁନା ଉପରଦେଇ ଉଡ଼ୁଥିବାବେଳେ ଏଥିରେ ତ୍ରୁଟି ଦେଖାଦେଇଥିଲା। ଏହାପରେ ଟ୍ରେନି ମହିଳା ପାଇଲଟ୍ ଗୁନା ଏୟାରଷ୍ଟ୍ରିପ୍ ରେ ଜରୁରିକାଳୀନ ଅବତରଣ କରିବାକୁ ଅନୁମତି ମାଗିଥିଲେ। ତେବେ ସେ ନିରାପଦ ଅବତରଣ କରିପାରନଥିଲେ ।

Spread the love