ଲ୍ୟାଣ୍ଡିଂ ସମୟରେ ରନୱେରୁ ବାହାରିଗଲା ବିମାନ, ତାପରେ କ’ଣ ହେଲା ଦେଖନ୍ତୁ

ନୂଆଦିଲ୍ଲୀ ୦୬/୦୩ : ଏମିତିରେ ତ ଆପଣ ବିମାନ ଲ୍ୟାଣ୍ଡ୍‌ କରିବାର ଅନେକ ଭିଡିଓ ଦେଖିଥିବେ। ଏଥିମଧ୍ୟରୁ ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି।  ଆଉ ସେଭଳି ଏକ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ,  ଛୋଟ ବିମାନଟି ଲ୍ୟାଣ୍ଡିଂ ସମୟରେ ରନୱେ ତଥା ଟ୍ରାକରୁ କିପରି ବାହାରକୁ ଚାଲି ଆସୁଛି।  ଏହି ଭାଇରାଲ ଭିଡିଓଟି କାନପୁର ବିମାନବନ୍ଦରର। କିନ୍ତୁ  କାନପୁର ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ବାୟୁସେନା ଏହାକୁ ସ୍ପଷ୍ଟ କରିନାହାଁନ୍ତି।

ଭାଇରାଲ୍ ଭିଡିଓରେ  ଆପଣ ଦେଖୁଥିବେ, ଏକ ନୀଳ ରଙ୍ଗର ଛୋଟ ବିମାନଟି ଲ୍ୟାଣ୍ଡିଂ କରୁଛି ।  ଅବତରଣ ସମୟରେ, ରନୱେରେ ସଠିକ୍ ଟ୍ରାକରେ ନ ଆସି ହଠାତ୍ ଡାହାଣକୁ ଯାଇ ମାଟି ଆଡ଼କୁ ଚାଲିଯାଇଛି। ବିମାନଟିର ଗତି ଖବ୍‌ ତୀବ୍ର ଥିବାରୁ ଅବାଟକୁ ଚାଲିଯାଇ ଧକ୍କା ହୋଇ ଯାଇଥିଲା। ବିମାନଟି ଧକ୍କା ହେବା ମାତ୍ରେ କିଛି ଲୋକମାନେ ପଛପଟୁ ଡେଇଁ ପଡ଼ିଥିଲେ। ଆଉ ଦୌଡ଼ି ଆସି ପାଇଲଟଙ୍କ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ।

ପରେ ବିମାନରୁ ଓହ୍ଲାଇଥିବା କିଛି ଲୋକମାନେ,  ଭିତରେ ଫସି ରହିଥିବା ଲୋକ ମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।  ଭାଇରାଲ ଭିଡିଓ ଅନୁଯାୟୀ ଏହା ଡର୍ନିୟର ବିମାନ ବୋଲି କୁହାଯାଉଛି । ଏହା କୋଷ୍ଟଗାର୍ଡର ବିମାନ ବୋଲି ମଧ୍ୟ ଦାବି କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି। ଦୁର୍ଘଟଣା କେବେ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ବିମାନବନ୍ଦର ନିର୍ଦ୍ଦେଶକ ଭି.କେ ଓଝା କହିଛନ୍ତି ଯେ, ଭାଇରାଲ ଭିଡିଓ ଘଟଣା କାନପୁର ସିଭିଲ ବିମାନବନ୍ଦରର ନୁହେଁ। କେଉଁ ସ୍ଥାନର ଜଣା ପଡ଼ିନଥିବା ସେ କହିଛନ୍ତି।

Spread the love