ଏୟାରପୋର୍ଟରେ ବଡ଼ ଦୁର୍ଘଟଣା, ଉଡ଼ାଣ ଭରିବା ବେଳେ ଟ୍ରକ୍ ସହ ଧକ୍କା ବିମାନ

ପେରୁ, ୧୯/୧୧: ଉଡ଼ାଣ ଭରୁଥିବା ସମୟରେ ଘଟିଲା ଦୁର୍ଘଟଣା। ବିମାନରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ୧୦୦ ରୁ ଅଧିକ ଯାତ୍ରୀ। ପେରୁର ଲୀମା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ଲେଟେମ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା।ଶୁକ୍ରବାର ବିମାନ ରନଓ୍ବେରେ ଉଡ଼ାଣ ଭରୁଥିବା ସମୟରେ ଦମକଳ ଟ୍ରକ ସହ ଧକ୍କ୍କା ହୋଇଥିଲା। ଯାହାପରେ ସେଥରେ ନିଆଁ ଲାଗିଯାଇଥିଲା। ବିମାନରେ ଥିବା ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ ଥିବାବେଳେ ୨ ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।ଲୀମା ଏୟାରପୋର୍ଟ ତରଫରୁ ଟ୍ବିଟ କରି ଏହି ଘଟଣା ପରେ ଏୟାରପୋର୍ଟରେ ଅପରେସନ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଏହି ଏୟାରବସ୍ ଏ୩୨୦ନିଓ ରେ ୧୦୨ ଯାତ୍ରୀ ଏବଂ ୬ କ୍ରୁ ମେମ୍ବର ରହିଥିଲେ। ଏହା ସହ ସମସ୍ତ ଜରୁରୀ ପଦକ୍ଷେପ ନିଆଯିବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିବା ନେଇ କୁହାଯାଇଛି। ତେବେ କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି।

Spread the love