କେମିତି ଛଡ଼େଇବା ପ୍ଲାଷ୍ଟିକ ଡବାରୁ ଦାଗ, ଆସନ୍ତୁ ଜାଣିବା…

ଖାଇବା ଯେତିକି ସହଜ ହୋଇଥାଏ ,ତାକୁ ତିଆରି କରିବା ସେତିକି କଷ୍ଟ ହୋଇଥାଏ । ରୋଷେଇ ଘର କାମ ବେଳେବେଳେ ବହୁତ ସହଜ ମନେହୁଏ ।  କିନ୍ତୁ ଏହା ସହଜ ନୁହେଁ। ରୋଷେଇ ଘରେ ବିଭିନ୍ନ ଜିନିଷପତ୍ର ରଖିବା ପାଇଁ ପ୍ଲାଷ୍ଟିକ ଡବା ବ୍ୟବହାର କରୁଥିବେ। ଏହି ଡବାକୁ ମାସକୁ ଥରେ ସଫା କରିବା ମଧ୍ୟ ନିତାନ୍ତ ଜରୁରୀ ହୋଇଥାଏ। ଯଦି ଆପଣ ଏପରି ନକରନ୍ତି ତେବେ ଏଥିରେ ଜିଦିଆ ଦାଗ ଲାଗି ରହିଯାଏ।

ଆପଣ ରୋଷେଇ ଘରେ ନିଶ୍ଚିତ ଭାବେ ପ୍ଲାଷ୍ଟିକ ଡବା ବ୍ୟବହାର କରୁଥିବେ। କିନ୍ତୁ ଅନେକ ଥର ଏହି ଡବା ମଇଳା ହୋଇ ଦାଗ ରହିଯାଏ। ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଜିଦିଆ ଦାଗ ଯାଏ ନାହିଁ। ଆଉ ଦାଗ ଦୂର ହୁଏ ନାହିଁ ବୋଲି ଏହି ଡବାକୁ ଆପଣ ଫୋପାଡିଦିଅନ୍ତି। ଏମିତି କିଛି ସହଜ ଉପାୟ ରହିଛି, ଯାହା ଆପଣଙ୍କ ପ୍ଲାଷ୍ଟିକ ଡବାରେ ଲାଗିଥିବା ହଳଦୀ ଏବଂ ତେଲିଆ ଜିଦିଆ ଦାଗକୁ ସହଜରେ ହଟାଇଦିଏ।

ବେକିଂ ସୋଡା :

ପ୍ଲାଷ୍ଟିକ ଡବାରୁ ଚିକ୍କଣ ଏବଂ ତେଲ ଦାଗ ସହଜରେ ଯାଏ ନାହିଁ। ତେଣୁ ବେକିଂ ସୋଡାର ବ୍ୟବହାର କରିପାରିବେ। ଏଥିପାଇଁ ପାଣିରେ ଅଳ୍ପ ବେକିଂ ସୋଡାକୁ ମିଶାଇ ପ୍ଲାଷ୍ଟିକ କଣ୍ଟେନରରେ ୩୦ ମିନିଟ ରଖିଦିଅନ୍ତୁ, ଏମିତି କଲେ ଦାଗ ଦୂର ହୋଇଯିବ।

ଲୁଣ:

ତେଲ ଏବଂ ଜିଦି ଦାଗ ଦୂର ପାଇଁ ଲୁଣ ମଧ୍ୟ ବ୍ୟବହାର କରିପାରିବେ। ଅଳ୍ପ ଗରମ ପାଣିରେ କପଡା ବୁଡାଇ ସେଥିରେ ଲୁଣ ଲଗାଇ ଦାଗ ଉପରେ ଘଷନ୍ତୁ। ଦାଗ ନ ଛାଡିବା ପର୍ଯ୍ୟନ୍ତ ଏପରି ବାରମ୍ବାର ବାରମ୍ବାର କରନ୍ତୁ।

ହ୍ୟାଣ୍ଡ ସାନିଟାଇଜର:

ରବିଂ ଆଲକହଲ ଦ୍ୱାରା ପ୍ଲାଷ୍ଟିକକୁ ସଫା କରିପାରିବେ। ହ୍ୟାଣ୍ଡ ସାନିଟାଇଜରକୁ ଦାଗ ହୋଇଥିବା ସ୍ଥାନରେ ଲଗାଇ ୨ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ ବାସନକୁ ସଫା କରିଦିଅନ୍ତୁ।

ଭିନେଗାର:

ଏକ କପ୍‌ ପାଣିରେ ୧ ବଡ ଚାମଚ ଧଳା ଭିନେଗାର ମିଶା ପ୍ଲାଷ୍ଟିକ ଡବା ଭିତରେ ଅଳ୍ପ ସମୟ ପାଇଁ ଛାଡିଦିଅନ୍ତୁ। ଏହା ପରେ ଡବାକୁ ଭଲ ପାଣିରେ ଧୋଇଦିଅନ୍ତୁ। ଡବା ପରିଷ୍କାର ହୋଇଯିବ।

Spread the love