ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା, ଘଟଣାସ୍ଥଳରେ ୧ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ

ବ୍ରହ୍ମପୁର, ୦୭/୧୨: ଲାଞ୍ଜିପଲ୍ଲୀ ଦୀପ ସାହି ସ୍ଥିତ ଗୌଡ଼ବନ୍ଧ ସାହିରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଦେଖାଦେଇଛି ଉତ୍ତେଜେନା । ବିଏମସି ଏନ୍ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣ କାନ୍ତଙ୍କୁ ଏବଂ କିଛି ବିଏମ୍‌ସି କର୍ମୀଙ୍କୁ ଟେକା ମାଡ଼ ହୋଇଥିବା ଜଣାପଡିଛି । ପୋଲିସ ଉପରେ ମଧ୍ୟ ହୋଇଛି ଟେକାମାଡ଼ । ଘଟଣା ସ୍ଥଳରେ SDPO ବିଷ୍ଣୁ ପ୍ରସାଦ ପତି, BN ପୁର ଆଇଆଇସି ରାମ କୁମାର ମୁର୍ମୁଙ୍କ ସମେତ ଏକ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି । ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି ।

Spread the love