ଅଗଷ୍ଟ ୨୦ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ
ଭୁବନେଶ୍ବର ୧୭।୮: ଅଗଷ୍ଟ ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକ୍ରିୟା । ଓ୍ବେବସାଇଟ୍ samsodisha.gov.in ରେ ଅନ୍ଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଆବେଦନ ଚାଲିବ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେହିପରି ସେପ୍ଟେମ୍ବର ୨୧ରେ ଦ୍ବିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨୭ରେ ନାମଲେଖା ପ୍ରକ୍ରିୟା ଶେଷ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।