ଏଣିକି ୟୁଟ୍ୟୁବରେ ପାଠ ପଢିବେ +2 ଛାତ୍ରଛାତ୍ରୀ

ଭୁବନେଶ୍ବର ୧୮।୮: ଏଣିକି ୟୁଟ୍ୟୁବରେ ପଢିବେ ଯୁକ୍ତ ୨ ଛାତ୍ରଛାତ୍ରୀ । ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଠା ପଢାଯିବ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠପଢା ସଫଳତା ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ ।

ଯେଉଁମାନେ କୋଭିଡ୍ ମହାମାରୀକୁ ନେଇ କ୍ଲାସ୍ କରିପାରୁ ନାହାନ୍ତି ସେମାନେ ଘରେ ରହି ୟୁଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

Spread the love